Report Card Odisha

| Daily Odia News

ତୁମ ସଙ୍ଗେ ମା’ ଭାରତୀ ଅଛନ୍ତି : ପ୍ରଧାନମନ୍ତ୍ରୀ ମୋଦୀ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ‘ପିଏମ୍‌ କେୟାର୍ସ ଫର୍‌ ଚିଲ୍‌‌ଡ୍ରେନ୍‌ ସ୍କିମ୍‌’ର ଥିବା ସୁବିଧାକୁ ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ପିଲାମାନଙ୍କୁ ‘ପିଏମ୍‌ କେୟାର୍ସ ଫର୍‌ ଚିଲ୍‌ଡ୍ରେନ୍‌’ର ଗୋଟାଏ ପାସ୍‌ବୁକ୍‌, ‘ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ରେ ଗୋଟାଏ ‘ହେଲ୍‌ଥ୍‌ କାର୍ଡ’ ପ୍ରଦାନ କରାଯାଇଛି। ସ୍କୁଲ୍‌ ଯାଉଥିବା ପିଲାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ବୃତ୍ତି (ସ୍କୋଲାର୍‌ସିପ୍‌) ମଧ୍ୟ ଟ୍ରାନ୍‌ସ୍‌ଫର କରିଛନ୍ତି। ଭର୍ଚ୍ୟୁଆଲ୍‌ଭାବେ ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି , ଜଣେ ପ୍ରଧାନମନ୍ତ୍ରୀ ଭାବରେ ନୁହେଁ, ତୁମ ପରିବାରର ଜଣେ ସଦସ୍ୟ ଭାବେ ତୁମ ସଙ୍ଗେ କଥାବାର୍ତ୍ତା କରୁଛି। ଆଜି ପିଲାମାନଙ୍କ ଗହଣରେ ରହି ମତେ ଭାରି ଆଶ୍ବସ୍ତି ବୋଧ ହେଉଛି। ପ୍ରତ୍ୟେକ ଦେଶବାସୀ ଗୁରୁତ୍ବର ସହ ତୁମମାନଙ୍କ ପ୍ରତି ଯେ, ଦୃଷ୍ଟି ରଖିଛନ୍ତି ‘ପିଏମ୍‌ କେୟାର୍ସ’ ହେଉଛି ତା’ର ପ୍ରତିଫଳନ। ପ୍ରଧାନମନ୍ତ୍ରୀ କହିଛନ୍ତି, କୌଣସି ଉଦ୍ୟମ/ସାହାଜ୍ୟ ତୁମମାନଙ୍କ ପିତାମାତାଙ୍କ ସ୍ନେହର ସ୍ଥାନ ପୂରଣ କରିପାରିବ ନାହିଁ। ସେମାନଙ୍କ ଅବର୍ତ୍ତମାନରେ ‘ମା ଭାରତୀ’ ତୁମମାନଙ୍କ ସାଥିରେ ଅଛନ୍ତି। ‘ପିଏମ୍‌ କେୟାର୍ସ’ ମାଧ୍ୟମରେ ଭାରତ ସେହି ଅଭାବର ପରିପୂରଣ କରୁଛି। ଏହା ଖାଲି ଜଣେ ବ୍ୟକ୍ତି, ପ୍ରତିଷ୍ଠାନ ଅଥବା ସରକାରଙ୍କ ଉଦ୍ୟମ ନୁହେଁ। ‘ପିଏମ୍‌ କେୟାର୍ସ’ରେ ଲୋକେ ସେମାନଙ୍କ କଷ୍ଟାର୍ଜିତ ଧନ ସାମିଲ କରିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ‘ପିଏମ୍‌ କେୟାର୍ସ ଫର୍‌ ଚିଲ୍‌ଡ୍ରେନ୍‌’ ଜରିଆରେ ପିଲାମାନଙ୍କୁ ‘ଆୟୁଷ୍ମାନ ଭାରତ କାର୍ଡ’ ପ୍ରଦାନ କରାଯାଉଛି। ଏଥିରୁ ସେମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିପାରିବ।

 

 

Breaking News