Report Card Odisha

| Daily Odia News

ଲଢୁଆ ଯୁଦ୍ଧ ବିମାନରେ ଉଡିଲେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲଢୁଆ ଯୁଦ୍ଧ ବିମାନ ତେଜସ୍‌‌ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଡିଛନ୍ତି । ଆଜି କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ‘ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍’ ପରିଦର୍ଶନରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଜସ୍‌‌ ଲଢୁଆ ଯୁଦ୍ଧ ବିମାନରେ ଉଡିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟରରେ ଜଣାଇଛନ୍ତି। ତେଜସ୍‌‌ରେ ଉଡିବା ଅନୁଭୂତି ଅତୁଲ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରାୟ ୪୫ ମିନିଟ୍‌‌ ପ୍ରଧାନମନ୍ତ୍ରୀ ତେଜସ୍‌‌ରେ ଉଡିଛନ୍ତି। ବିମାନ ଉଡ଼ାଣ ପରେ ପ୍ରଧାନମନ୍ତ୍ରୀ ଟ୍ୱିଟରରେ ପୋଷ୍ଟ କରି ଲେଖିଛନ୍ତି, ‘ତେଜସରେ ସଫଳତାର ଉଡାଣ ହୋଇଛି। ଏହି ଅନୁଭୂତି ଅବିଶ୍ୱସନୀୟ ଥିଲା। ଏହି ଅଭିଜ୍ଞତା ଆମ ଦେଶର ସ୍ୱଦେଶୀ ଦକ୍ଷତା ଉପରେ ମୋର ଆତ୍ମବିଶ୍ୱାସକୁ ବହୁଗୁଣିତ କରିଛି। ଏହା ଆମ ରାଷ୍ଟ୍ରୀୟ କ୍ଷମତା ବିଷୟରେ ନୂତନ ଗର୍ବ ଏବଂ ଆଶାବାଦୀ ଭାବନା ଜାଗ୍ରତ କରିଛି।

Breaking News