Report Card Odisha

| Daily Odia News

ଦେଶ ପାଇଁ ଅଲିମ୍ପିକ୍ସ ପଦକ ଜିତିବାକୁ ଖେଳାଳିମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଟୋକିଓ ଅଲିମ୍ପିକ୍ସରେ ଭାଗ ନେଉଥିବା ଖେଳାଳିଙ୍କ ସହ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଖେଳାଳିଙ୍କୁ ଶୁଭାଶିଷ, ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ସହ କ୍ରୀଡ଼ା ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ। ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ୟ୍ୟନ୍ତ ଟୋକିଓରେ ହେବ ଅଲିମ୍ପିକ୍ସ। ୧୮ଟି ଇଭେଣ୍ଟରେ ଭାଗ ନେବେ ୧୨୬ ଭାରତୀୟ ଖେଳାଳି । ଟୋକିଓ ଅଲିମ୍ପିକ୍ସରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ସହ ଦେଶ ପାଇଁ ଅଲିମ୍ପିକ୍ସ ପଦକ ଜିତିବା ପାଇଁ ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ଆହ୍ବାନ ଦେଇଥିଲେ। ପ୍ରତ୍ୟେକ ଖେଳାଳିଙ୍କୁ ସେମାନଙ୍କ ପ୍ରସ୍ତୁତି ଓ ସମସ୍ୟା ସମ୍ପର୍କରେ ପଚାରିଥିଲେ। ଖେଳାଳିଙ୍କୁ ଦେଶର ଗୌରବ ବଢ଼ାଇବାକୁ କହିଛନ୍ତି। ଏହି ଆଲୋଚନାରେ ଦୌଡ଼ରାଣୀ ଦୂତି ଚାନ୍ଦ ମଧ୍ୟ ସାମିଲ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଖେଳ ପାଇଁ କିପରି ଭାବରେ ପ୍ରସ୍ତୁତି ଚାଲିଛି ସମ୍ପର୍କରେ ପଚାରି ବୁଝିଥିଲେ । ଏଥିସହିତ ମୋଦୀ କହିଥିଲେ ଯେ, ଦୂତି ଅର୍ଥ ଚମକ, ଆଉ ଟୋକିଓରେ ଚମକ ଅପେକ୍ଷାରେ ଭାରତ । ଉତ୍ତରରେ ଦୂତି କହିଥିଲେ ଯେ, ସଂଘର୍ଷ ସତ୍ତେ୍ୱ ନିଜର ପ୍ରସ୍ତୁତି ଜାରି ରହିଛି । ଏହି କାର୍ଯ୍ୟକ୍ରମରେ ଖେଳାଳିମାନଙ୍କ ସହିତ ସେମାନଙ୍କ ପରିବାର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଭିଡିଓ କନଫରେନସିଂ ମାଧ୍ୟମରେ ଖେଳାଳିଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଲେ।

Breaking News