ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଛି | ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତାର ମାନ୍ୟତା ଲାଭ କରିଛନ୍ତି । ତାଙ୍କୁ ୭୭ ପ୍ରତିଶତ ରେଟିଂ ମିଳିଛି। ଆମେରିକୀୟ କମ୍ପାନୀ ମର୍ଣ୍ଣିଂ କନ୍ସଲ୍ଟ ଦ୍ୱାରା ବିଶ୍ୱ ନେତାଙ୍କ ଲୋକପ୍ରିୟତା ବିଷୟରେ ପ୍ରକାଶିତ ମାନ୍ୟତାରେ ଏହା ପ୍ରକାଶ ପାଇଛି । ମୋଦୀଙ୍କ ପଛକୁ ଦ୍ୱିତୀୟ ଲୋକପ୍ରିୟ ନେତା ଭାବରେ ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡୋର ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେସ୍ ତୃତୀୟ ଲୋକପ୍ରିୟ ନେତା ଭାବରେ ମନୋନୀତ ହୋଇଛନ୍ତି। ଲୋକପ୍ରିୟତା ମୂଲ୍ୟାୟନରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ନବମ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ ୨୨ ତମ ସ୍ଥାନରେ ଅଛନ୍ତି ।






More Stories
ଓମାନ ତଟରେ ବୁଡିଲା ଭାରତୀୟ ଡଙ୍ଗା….
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……