ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ବିଜେପି ଷଡ଼ଯନ୍ତ୍ର ରଚୁଥିବା ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ଅଭିଯୋଗ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ଗୁଜରାଟ ବିଧାନସଭା ଓ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ହାରିଯିବା ଭୟରେ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ବିଜେପି ଷଡ଼ଯନ୍ତ୍ର କରିଛି। କେଜ୍ରିୱାଲଙ୍କୁ ଆକ୍ରମଣ କରିବାକୁ ବିଜେପି ସାଂସଦ ମନୋଜ ତିୱାରୀ ତାଙ୍କ ଗୁଣ୍ଡାମାନଙ୍କୁ ଖୋଲାଖୋଲି କହୁଛନ୍ତି। ସେ ପୂରା ଯୋଜନା କରି ରଖିଛନ୍ତି। କିନ୍ତୁ ଆପ୍ ଏଭଳି ଘୃଣ୍ୟ ରାଜନୀତିରେ ଡରିଯାଇ ନାହିଁ। ଲୋକେ ଏଭଳି ଗୁଣ୍ଡାରାଜର ଜବାବ ଦେବେ। ମନୋଜ ତିୱାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ କରିଥିବା କିଛି ଟ୍ୱିଟ୍ ପରେ ମନୀଷ ସିସୋଦିଆ କରିଥିଲେ ଏମିତିକା ଟ୍ୱିଟ୍। ମନୋଜ ତିୱାରୀ ତାଙ୍କ ଟ୍ୱିଟ୍ରେ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଏହା ସହିତ ସେ ନିକଟରେ ଆପ୍ ନାଁରେ ଆସିଥିବା ଦୁର୍ନୀତି ଅଭିଯୋଗ କଥା ଉଠାଇବା ସହିତ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପାଇଁ ଆପ୍ ଟିକେଟ୍ ବିକ୍ରି କରୁଥିବା ଭଳି ଘଟଣା ଉଲ୍ଲେଖ କରିଥିଲେ।






More Stories
ଓମାନ ତଟରେ ବୁଡିଲା ଭାରତୀୟ ଡଙ୍ଗା….
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……