ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କାନାଡାର ଓଣ୍ଟାରିଓ ପ୍ରଦେଶର ବ୍ରାମ୍ପଟନରେ ଥିବା ଗୋଟିଏ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୀବ୍ର ସମାଲୋଚନା କରିଛନ୍ତି। କାନାଡାରେ କାର୍ଯ୍ୟ କରୁଥିବା ଭାରତୀୟ କୂଟନୀତିଜ୍ଞମାନଙ୍କୁ ଭୟଭୀତ କରିବା ପାଇଁ ଏପରି ଆକ୍ରମଣ ଭୀରୁଙ୍କ ଭଳି ଏକ ଉଦ୍ୟମ ଛଡ଼ା ଆଉ କିଛି ନୁହେଁ ବୋଲି ସେ କହିଛନ୍ତି। କାନାଡାରେ ଥିବା ହିନ୍ଦୁଙ୍କ ଧର୍ମାନୁଷ୍ଠାନରେ ପଶି ଶ୍ରଦ୍ଧାଳୁଙ୍କୁ ଖଲିସ୍ତାନୀମାନେ ଆକ୍ରମଣ କରିବାର ଭିଡିଓ ଆଜି ସାମ୍ନାକୁ ଆସିଛି। ହାତରେ ହଳଦିଆ ପତାକା ଧରି କିଛି ଲୋକ ମନ୍ଦିର ପରିସରରେ ପଶି ହଙ୍ଗାମା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ କିଛି ଖାଲିସ୍ତାନୀ ହିନ୍ଦୁ ଭକ୍ତଙ୍କୁ ଗୋଟିଏ ଲାଠିରେ ଆକ୍ରମଣ କରୁଥିବାର ଭିଡିଓ ଆସିଥିଲା। ଏହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ଉପରେ ପ୍ରତିକ୍ରିୟା ଦେଇ ମୋଦି ଏକ୍ସରେ କହିଛନ୍ତି ଯେ “କାନାଡାରେ ଥିବା ଗୋଟିଏ ହିନ୍ଦୁ ମନ୍ଦିରରେ ଜାଣିଶୁଣି କରାଯାଇଥିବା ଆକ୍ରମଣକୁ ମୁଁ ଦୃଢ଼ ଭାବେ ନିନ୍ଦା କରୁଛି। ଏହା ସମାନ୍ତରଳ ଭାବେ ଆମ କୂଟନୀତିଜ୍ଞମାନଙ୍କୁ ଭୟଭୀତ କରିବାର ଏକ କପଟୀ ଉଦ୍ୟମ। ଏପରି ଆକ୍ରମଣ ବା ହିଂସା କେବେ ହେଲେ ଭାରତର ସଂକଳ୍ପକୁ ଦୁର୍ବଳ କରିପାରିବ ନାହିଁ। ଆମର ଆଶା କାନାଡା ସରକାର ନ୍ୟାୟକୁ ନିଶ୍ଚିତ କରିବେ ଓ ଆଇନକୁ କାଏମ ରଖିବେ।” କାନାଡାରେ ଏବେ ଭାରତୀୟଙ୍କ ବିରୋଧୀ ଖଲିସ୍ତାନୀଙ୍କ ପାଦ୍ରୁଭାବ ବଢ଼ିବାରେ ଲାଗିଛି। ଦିନକୁ ଦିନ ହିନ୍ଦୁମାନଙ୍କୁ କାନାଡାରେ ଟାର୍ଗେଟ କରାଯାଉଥିବା ବେଳେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଏହାପୂର୍ବରୁ ମନ୍ଦିରରେ ହୋଇଥିବା ଆକ୍ରମଣକୁ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଦୃଢ଼ ଭାବେ ନିନ୍ଦା କରିଥିଲା। ଏଥିସହ କାନାଡାର ଜଷ୍ଟିନ ଟ୍ରୁଡୋ ସରକାର ସେଠାରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନଗୁଡ଼ିକ ସମାନ ଓ ଉପଯୁକ୍ତ ସୁରକ୍ଷା ପ୍ରଦାନ କରିବେ ବୋଲି ମନ୍ତ୍ରଣାଳୟ ଆଶା ରଖିଛନ୍ତି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..