ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଗୁଜୁରାଟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ହିତାଧିକାରୀଙ୍କ ସହ ଆଲୋଚନା କରିବେ। ଏହି ଯୋଜନା ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ପାଇଁ ରାଜ୍ୟରେ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ସମ୍ପର୍କରେ | ପିଏମଜିକେଏଓ୍ୱାଇ ଏକ ଖାଦ୍ୟ ସୁରକ୍ଷା କଲ୍ୟାଣ ଯୋଜନା । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ପରିକଳ୍ପନା କୋଭିଡ- ୧୯ର ଆର୍ଥିକ ପ୍ରଭାବ କମାଇବା ଓ ସହାୟତା ପ୍ରଦାନ ପାଇଁ ହୋଇଥିଲା । ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନ୍ତର୍ଗତ ସାମିଲ ସମସ୍ତ ହିତାଧିକାରୀଙ୍କୁ ଜଣ ପିଛା ଅତିରିକ୍ତ ୫ କିଲୋଗ୍ରାମ ଖାଦ୍ୟଶସ୍ୟ ପ୍ରଦାନ କରାଯାଏ । ଏହି ଅବସରରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..