ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୁଇ ଦିନିଆ ରୁଷ୍ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବେ। କାଜାନରେ ଆଜିଠୁ ୨୪ ତାରିଖ ପର୍ଯ୍ୟନ୍ତ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେଉଛି। ବୁଧବାର ମୁଖ୍ୟ ବୈଠକରେ ପ୍ରଧାନମନ୍ତ୍ରୀ ସାମିଲ ହେବେ ଏବଂ ବିଭିନ୍ନ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସମ୍ମିଳନୀକୁ ଆସିଥିବା ବ୍ରିକ୍ସ ସଦସ୍ୟ ଦେଶର ନେତା ମାନଙ୍କ ସହିତ ମୋଦୀ ଦ୍ଵିପାକ୍ଷିକ ବୈଠକ କରିପାରନ୍ତି। ପୂର୍ବରୁ ଭାରତ-ରୁଷ୍ ମଧ୍ୟରେ ସୁସମ୍ପର୍କ ରହିଆସିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ କରିବ ବୋଲି କୁହାଯାଉଛି। ରୁଷ୍ ଅଧ୍ୟକ୍ଷତାରେ ୧୬ତମ ବ୍ରିକ୍ସ ସମ୍ମିଳନୀ ଆୟୋଜିତ ହେଉଛି।





More Stories
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..