Report Card Odisha

| Daily Odia News

ଅମିତାଭ ବଚ୍ଚନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସିନେଜଗତର ଶେହନଶାହ ଅମିତାଭ ବଚ୍ଚନ ୮୦ ବର୍ଷରେ ପାଦ ଦେଇଛନ୍ତି । ତାଙ୍କ ଜନ୍ମଦିନରେ ଭାରତ ନୁହେଁ, ବିଶ୍ବର କୋଣଅନୁକୋଣରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି | କହିଛନ୍ତି କି ଭାରତର ଶ୍ରେଷ୍ଠ ଚଳଚ୍ଚିତ୍ର ବ୍ୟକ୍ତିତ୍ବମାନଙ୍କ ମଧ୍ୟରୁ ଅମିତାଭ ଜଣେ | ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି: ଅମିତାଭ ବଚ୍ଚନଙ୍କୁ ୮୦ତମ ଜନ୍ମଦିନର ଶୁଭେଚ୍ଛା। ସବୁ ପିଢ଼ିର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ ଓ ଆମୋଦିତ କରିଥିବା ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ବମାନଙ୍କ ମଧ୍ୟରେ ସେ ଅନ୍ୟତମ। ସେ ଦୀର୍ଘ ଓ ନିରାମୟ ଜୀବନଯାପନ କରନ୍ତୁ। ଝିଅ ଶ୍ବେତା ଓ ନାତୁଣୀ ନବ୍ୟା ମଧ୍ୟ ଅମିତାଭଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ହରିବଂଶ ରାୟ ବଚ୍ଚନଙ୍କ ପ୍ରସିଦ୍ଧ କବିତା ‘ଅଗ୍ନିପଥ’ରୁ କବିତା ପଙ୍‌କ୍ତି ଉଦ୍ଧାର କରି ନାତୁଣୀ ନବ୍ୟା ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଛନ୍ତି: ଆପଣଙ୍କ ପରି କେହି ନ ଥିଲେ, କେହି ହେବେ ନାହିଁ। ଶୁଭ ଜନ୍ମଦିନ, ଅଜା । ୧୯୬୯ ମସିହାରେ ‘ସାତ୍‌ ହିନ୍ଦୁସ୍ତାନୀ’ ଚଳଚ୍ଚିତ୍ରରୁ କ୍ୟାରିୟର୍‌ ଆରମ୍ଭ କରିଥିବା ଅମିତାଭ ‘ଆନନ୍ଦ’ (୧୯୭୧), ‘ଜଞ୍ଜିର୍‌’ (୧୯୭୩) ଏବଂ ‘ଦିୱାର’ (୧୯୭୫) ଭଳି ଚଳିଚ୍ଚିତ୍ରରେ ଅଭିନୟ କରି ଅଶେଷ ଜନପ୍ରିୟତା ହାସଲ କରିବା ସହ ସୁପର୍‌ଷ୍ଟାର୍‌ ହେବାର ଗୌରବ ଅର୍ଜନ କରିଛନ୍ତି।

Breaking News