Report Card Odisha

| Daily Odia News

ପ୍ରଧାନମନ୍ତ୍ରୀ ଙ୍କ କମ୍‌ ଶିକ୍ଷାଗତ ଯୋଗ୍ୟତା ଦେଶ ପାଇଁ ବିପଜ୍ଜନକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ଜେଲ୍‌ରେ ଥିବା ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି। ସିସୋଦିଆ ଏହି ଚିଠି ମାଧ୍ୟମରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କମ୍‌ ଶିକ୍ଷାଗତ ଯୋଗ୍ୟତା ଦେଶ ପାଇଁ ବିପଜ୍ଜନକ। ସିସୋଦିଆଙ୍କ ଚିଠିକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଟ୍ବିଟରରେ ସେୟାର କରିବା ସହ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବର୍ଷିଛନ୍ତି। ସିସୋଦିଆ କହିଛନ୍ତି, ଆଜିର ଯୁବପିଢ଼ି ସାରା ବିଶ୍ବକୁ ଜିତିବାକୁ ଚାହାନ୍ତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ସେମାନେ ଚମତ୍କାର କରିବାକୁ ଚାହାନ୍ତି। ଜଣେ କମ୍‌ ଶିକ୍ଷିତ ପ୍ରଧାନମନ୍ତ୍ରୀ କ’ଣ ଆଜିର ଯୁବପିଢ଼ିଙ୍କ ସ୍ବପ୍ନ ପୂରଣ କରିପାରିବେ କି ବୋଲି ସିସୋଦିଆ ପ୍ରଶ୍ନ କରିଛନ୍ତି। ଗତ କିଛିବର୍ଷ ମଧ୍ୟରେ ଗୁଡ଼ିକରେ ଦେଶରେ ୬୦ ହଜାର ସ୍କୁଲ୍‌ ବନ୍ଦ ହୋଇଯାଇଛି ବୋଲି ସିସୋଦିଆ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ନିକଟରେ ପ୍ରଧାନମନ୍ତ୍ରୀଙ୍କ ପିଜି ସାର୍ଟିଫିକେଟ ହାସଲ କରିବା ପାଇଁ ‘ମନ୍ଦ ଉଦ୍ଦେଶ୍ୟ’ ରଖି ଆବେଦନ କରିଥିଲେ ଏବଂ ଏଥିପାଇଁ ଗୁଜରାଟ ହାଇକୋର୍ଟ ତାଙ୍କୁ କଡ଼ା ଭର୍ତ୍ସନା କରିବା ସହ ୨୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସାର୍ଟିଫିକେଟ ବାବଦ ତଥ୍ୟ ସାର୍ବଜନୀନ ଭାବେ ଉପଲବ୍ଧ ଥିବା ସତ୍ତ୍ବେ ଆପ୍‌ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଏକ ପ୍ରସଙ୍ଗ କରିବା ପାଇଁ ପ୍ରୟାସ କରିବା ଚର୍ଚ୍ଚାର ବିଷୟ ପାଲଟିଛି।

 

Breaking News