Report Card Odisha

| Daily Odia News

ଟ୍ରକ୍‌ ଚୋରି ଘଟଣାରେ ୫ ଗିରଫ…..

ରିପୋର୍ଟ କାର୍ଡ / ପାରାଦୀପ

ମହାନଦୀକୁ ଡ୍ରାଇଭରଙ୍କୁ ଠେଲି ପାରାଦୀପରୁ ଟ୍ରକ୍‌ ନେଇ ଫେରାର ହୋଇଯାଇଥିଲେ । ଉକ୍ତ ଟ୍ରକ୍‌କୁ ମୟୂରଭଞ୍ଜ ଜିଲ୍ଲାର ଜଣେ ଢାବା ମାଲିକଙ୍କୁ ବିକି ଦେଇଥିବା ବେଳେ ଏବେ ପୋଲିସ ୫ ଜଣଙ୍କୁ ବାନ୍ଧିଛି। ଏ ଯାଏ ଡ୍ରାଇଭରଜଣକ ନିଖୋଜ ଥିବା ଜଣାପଡିଛି । ତାଙ୍କ ନାମ ସାହଦବ ଆଲମର ଓ ଘର ଉତ୍ତର ପ୍ରଦେଶରେ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ସାହଦବ ଆଲମର ଗତ ଅଗଷ୍ଟ ମାସରେ ମାଲ ଆଣି ପାରାଦୀପ ଆସିଥିଲେ। ସେହି ଉତ୍ତର ପ୍ରଦେଶର ହୁକୁମ ସିଂ ଏବଂ ହରପାଲ ସିଂ ନାମକ ଆଉ ଦୁଇ ଜଣ ଟ୍ରକ ଡ୍ରାଇଭରଙ୍କ ସହ ସାହଦବ ଆଲମଙ୍କର ପାରାଦୀପରେ ଦେଖାସାକ୍ଷାତ ହୋଇ, ସମ୍ପର୍କ ଘନିଷ୍ଠ ହୋଇଥିଲା | ଏହାପରେ ଉକ୍ତ ୨ ଡ୍ରାଇଭର ସାହଦବଙ୍କ ଟ୍ରକ୍‌ ଚୋରି କରିବାକୁ ଯୋଜନା କରିଥିଲେ। ସେମାନେ ସାହଦବଙ୍କୁ ପାରାଦୀପ ସି-ବିଚ୍‌ ବୁଲାଇ ପ୍ରଚୁର ମଦ ପିଆଇଥିଲେ। ଅଗଷ୍ଟ ୨୧ ତାରିଖ ରାତିରେ ଭୂତମୁଣ୍ଡାଇ ପୋଲ ଉପରୁ ମହାନଦୀକୁ ଠେଲି ଦେଇଥିଲେ। ଏହାପରେ ଟ୍ରକକୁ ନେଇ ବୈଶିଙ୍ଗାର ଜଣେ ଢାବା ମାଲିକକୁ ୪ ଲକ୍ଷ ୬୦ ହଜାର ଟଙ୍କାରେ ବିକି ଦେଇଥିଲେ। ଢାବା ମାଲିକ ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ସହ ମିଶି ଦେଉଳି ଡ୍ୟାମ ଜଙ୍ଗଲରେ ଟ୍ରକଟିକୁ ଲୁଚାଇ ରଖିଥିଲେ। ଏହାମଧ୍ୟରେ ସେ ଟ୍ରକ୍‌ଟିକୁ କବାଡିଆକୁ ବିକ୍ରି ପାଇଁ ଯୋଜନା କରିଥିଲେ | ଖବର ପାଇଁ ଚାନ୍ଦୁଆ ପୋଲିସ ଟ୍ରକଟିକୁ ଉଦ୍ଧାର କରି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା। ଏହା ଚୋରି ଟ୍ରକ୍‌ ବୋଲି ପୋଲିସ ଜାଣିପାରି ପାରାଦୀପ ପୋଲିସ ସହ ଯୋଗାଯୋଗ କରିଥିଲେ। ଏହି ଘଟଣାରେ ଅଭୟଚାନ୍ଦପୁର ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ହୁକୁମ ସିଂ ଏବଂ ହରପାଲ ସିଂ, ରାଜା, ଅମଜାଦ ଖାଁ, ଶେଖ ବଲାଲୁଦ୍ଦିନ ଏବଂ ଗାଡ଼ିକୁ ବୈଶିଙ୍ଗାରୁ ଜମ୍ଭୀରା ନେଇଥିବା ବାପୁନୁ ଗିରଫ ହୋଇଥିବା ସୂଚନା ମିଲିଛି ।

Breaking News