Report Card Odisha

| Daily Odia News

ଏଏସଆଇ ଗିରଫ….

ରିପୋର୍ଟ କାର୍ଡ / କେନ୍ଦ୍ରାପଡା

କେନ୍ଦ୍ରାପଡ଼ା ସଦର ଥାନା ଏଏସଆଇ ପୃଥ୍ୱୀରାଜ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍‌। ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଥିଲେ ଏଏସଆଇ। ଏକ ମାମଲାର ଦଫା ବଦଳାଇବା ପାଇଁ ସେ ଟଙ୍କା ନେଉଥିଲେ। କୋରୁଆ ଗାଁର ମିହିର ଲେଙ୍କାଙ୍କ ନାଁରେ ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ୩୦୭ ଦଫା ଲାଗିଛି। ତେବେ ଏହାକୁ ବଦଳାଇ ୩୦୧ କରିବା ପାଇଁ ଏଏସ୍‌ଆଇ ପୃଥ୍ୱୀରାଜ ମିଶ୍ର ୧୦ ହଜାର ଟଙ୍କା ଦାବି କରିଥିଲେ। ପ୍ରଥମ ପର୍ଯ୍ୟାୟରେ ସେ ୩ ହଜାର ଟଙ୍କା ନେଇଥିଲେ। ଆଜି ନିଜ ମଧ୍ୟସ୍ଥି ବିଜୟ କୁମାର ବେହେରାଙ୍କ ଜରିଆରେ ବାକି ୭ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତାଙ୍କ ସହିତ ମଧ୍ୟସ୍ଥ ବିଜୟ କୁମାର ବେହେରାଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛି। ଏଏସ୍‌ଆଇ ପୃଥ୍ୱୀରାଜ ମିଶ୍ରଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ସେ ଗିରଫ ହେବା ପରେ ତାଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

 

Breaking News