ରିପୋର୍ଟ କାର୍ଡ / ଖୋର୍ଦ୍ଧା
ଖୋର୍ଦ୍ଧା ଜଙ୍କିଆ ଥାନା ASI ନିରଞ୍ଜନ ମହାନ୍ତି ନିଲମ୍ବିତ ହୋଇଛନ୍ତି । ୱାର୍ଡ ମେମ୍ବରଙ୍କୁ ଆକ୍ରମଣ କରିବା ଅଭିଯୋଗରେ ନିରଞ୍ଜନ ମହାନ୍ତି ଙ୍କୁ ନିଲମ୍ବନ କରିଛନ୍ତି ଖୋର୍ଦ୍ଧା ଏସପି । ରବିବାର ଅପରାହ୍ନରେ ଏକ ମାମଲା ସମ୍ପର୍କରେ ବୁଝିବା ପାଇଁ ଜଙ୍କିଆ ପଞ୍ଚାୟତର ୱାର୍ଡ ମେମ୍ବର ନବ କିଶୋର ହରିଚନ୍ଦନ ଜଙ୍କିଆ ଥାନାକୁ ଯାଇଥିଲେ। ଥାନାର ଭାରପ୍ରାପ୍ତ ଅଧିକାରୀ ନ ଥିବାରୁ ନବ କିଶୋର ଥାନା ଫାଟକ ପାଖରେ ଠିଆ ହୋଇ ମୋବାଇଲରେ କଥା ହେଉଥିଲେ । ଏହି ସମୟରେ ଏଏସ୍ଆଇ ନିରଞ୍ଜନ ମହାନ୍ତି ୱାର୍ଡ ମେମ୍ବରଙ୍କୁ ଡାକିଥିଲେ ମଧ୍ୟ ସେ ଶୁଣି ନ ଥିଲେ। ଏହାପରେ ଉତ୍ତ୍ୟକ୍ତ ହୋଇ ତାଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିବା ଅଭିଯୋଗ ହୋଇଛି। ଏଏସ୍ଆଇଙ୍କ ଆକ୍ରମଣରେ ୱାର୍ଡ ମେମ୍ବରଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବାରୁ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଥାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା। ପରେ ଜଙ୍କିଆ ଥାନାର ଭାରପ୍ରାପ୍ତ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ସହିତ ଏଏସ୍ଆଇ ନିରଞ୍ଜନ ମହାନ୍ତିଙ୍କ ବିରୁଦ୍ଧରେ ଏତଲା ଗ୍ରହଣ କରିଥିଲେ। ଏସମ୍ପର୍କରେ ରିପୋର୍ଟ ପାଇବା ପରେ ଆଜି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟେରିଆ ଏଏସ୍ଆଇ ନିରଞ୍ଜନ ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି ।






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..