ରିପୋର୍ଟ କାର୍ଡ / ଭୁବନେଶ୍ୱର
ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଆଜି ରାଜଧାନୀ ରେ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ୍ର ବର୍ବରତା ଦେଖିବାକୁ ମିଳିଛି। ଛାତ୍ର କଂଗ୍ରେସ ପକ୍ଷରୁ ଦିଆଯାଇଥିଲା ହଲ୍ଲାବୋଲ ଡାକରା। ବିଧାନସଭା ଭିତରକୁ ଧସେଇ ପଶିବାକୁ ଛାତ୍ର କଂଗ୍ରେସ କର୍ମୀଙ୍କ ଉଦ୍ୟମ ବେଳେ ପୋଲିସ ସହ ଛାତ୍ର କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ, ବିଧାନସଭା ଗେଟ୍ ଆଗରୁ କିଛି କର୍ମୀଙ୍କୁ ଉଠାଇନେଇଥିଲା ପୋଲିସ । ସେପଟେ ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଥିଲେ କିଛି ଉତ୍ତ୍ୟକ୍ତ ଛାତ୍ର କଂଗ୍ରେସ କର୍ମୀ । ଉତ୍ତ୍ୟକ୍ତ ଛାତ୍ର କଂଗ୍ରେସ ଉପରକୁ ପୋଲିସର ଲାଠି ଚାର୍ଜ କରିଥିବା ସୂଚନା ରହିଛି । କଂଗ୍ରେସ ଭବନ ଭିତରେ ପଶି ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସ୍ ପିଟିଥିବା ମଧ୍ୟ ଦେଖିବାକୁ ମିଳିଛି। ମାଡ଼ ଭୟରେ କଂଗ୍ରେସ ଭବନ ଭିତରକୁ ପଶି ଯାଉଥିବା କର୍ମୀଙ୍କୁ ପୋଲିସ୍ ଗୋଡ଼ାଇ ଗୋଡ଼ାଇ ପିଟି ଥିବା ନଜର ଆସିଛି।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..