Report Card Odisha

| Daily Odia News

ଭିଜିଲାନ୍ସ ଜାଲରେ ପୋଲିସ କନଷ୍ଟେବଳ…..

ରିପୋର୍ଟ କାର୍ଡ / ବୌଦ୍ଧ

ଭିଜିଲାନ୍ସ ଜାଲରେ ପଡିଛନ୍ତି ପୋଲିସ କନଷ୍ଟେବଳ | ଏସ୍‌ପିଙ୍କ ନାଁରେ କନ୍‌ଷ୍ଟେବଲ ନେଉଥିଲା ୬ ଲକ୍ଷ | ଗାଁକୁ ଗାଁ ବୁଲି ବୈଠକ କରି ଗଞ୍ଜେଇ ଚାଷୀଙ୍କଠାରୁ ଆଦାୟ କରୁଥିଲା ଟଙ୍କା। ଏପରି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ। ଆଜି ଗୋଟିଏ ଗାଁରୁ ୬ ଲକ୍ଷ ଟଙ୍କା ଧରି ଫେରୁଥିବା ବେଳେ କନ୍‌ଷ୍ଟେବଲ୍‌ ହରୀଶ ଚନ୍ଦ୍ର ସାହୁଙ୍କୁ ଧରିଥିଲା ଭିଜିଲାନ୍ସ । ୬ ଲକ୍ଷ ଟଙ୍କା ଜବତ କରିଛି। ସୂଚନା ଅନୁସାରେ- ବୌଦ୍ଧ ଏସ୍‌ପିଙ୍କ ସ୍ପେଶାଲ୍‌ ସ୍କ୍ୱାର୍ଡରେ ନିୟୋଜିତ ହୋଇଥିଲେ କନଷ୍ଟେବଲ୍ ହରୀଶ ଚନ୍ଦ୍ର ସାହୁ। ଗଞ୍ଜେଇ ଚାଷ ହେଉଥିବା ବିଭିନ୍ନ ଗାଁକୁ ସେ ଯାଉଥିଲା। ଆଉ ଏସ୍‌ପିଙ୍କ ନାଁ କହି ଗାଁରେ ବୈଠକ କରୁଥିଲା। ପରେ ଟଙ୍କା ମାଗୁଥିଲେ। ଗାଁ ଲୋକ ଟଙ୍କା ଦେବାକୁ ମନା କଲେ, ଚାଷ ହୋଇଥିବା ଗଞ୍ଜେଇ ନଷ୍ଟ କରିଦିଆଯିବ ବୋଲି ଧମକ ଦେଉଥିଲା। କିଛି ଉପାୟ ନପାଇ ଗାଁ ଲୋକେ ଟଙ୍କା ଦେଉଥିଲେ। କନଷ୍ଟେବଲ୍ ହରୀଶଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଗାଁ ଲୋକେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ କନଷ୍ଟେବଲ୍ ହରୀଶ ଚନ୍ଦ୍ର ସାହୁଙ୍କୁ ଟଙ୍କା ନେବା ପାଇଁ ଗାଁ ଲୋକେ ଡାକିଥିଲେ। ଟଙ୍କା ଆଣିବା ପାଇଁ ଯାଇଥିଲା ହରୀଶ। ଗାଁ ଲୋକଙ୍କଠାରୁ ୬ ଲକ୍ଷ ଟଙ୍କାଧରି ଫେରୁଥିବା ବାଟରେ ସାଦା ପୋଷାକରେ ଭିଜିଲାନ୍ସ ଟିମ୍‌ ଧରିଥିଲା। ତାଙ୍କଠାରୁ ୬ ଲକ୍ଷ ଟଙ୍କା ଜବତ କରି ବୌଦ୍ଧ ଓ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଚଢ଼ଉ କରିଛନ୍ତି |

Breaking News