ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୋଲିସ କର୍ମଚାରୀଙ୍କୁ ଫିଟ୍ ରହିବାକୁ ନିର୍ଦ୍ଦେଶନାମା ଜାରି କରିଛି ଓଡିଶା ପୋଲିସ । ଆଜି ଡିଜି କ୍ୟାମ୍ପ ଅଫିସରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକ ପରେ ଡିଜି କହିଛନ୍ତି କି ପୋଲିସ ମାନେ ମାନସିକ ଓ ଶାରିରୀକ ସୁସ୍ଥତା ପାଇଁ ଡ୍ରିଲ୍ କରିବେ। ଏହାବ୍ୟତୀତ ମାସକୁ ଅତିକମ୍ରେ ୨୪ ଦିନ ବ୍ୟାୟାମ୍ କରିବେ। ସବୁ ପୋଲିସ ଅଫିସରଙ୍କ ଓଜନ ରେକର୍ଡ କରାଯିବ । ମାଦକ ଦ୍ରବ୍ୟରୁ ଦୂରେଇ ରହିବାକୁ ପରାମର୍ଶ । ଏନେଇ ଭୁବନେଶ୍ବର ୟୁପିଡ଼ି ପକ୍ଷରୁ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଯେଉଁଥିରେ APR, DPO, CP ମୁଖ୍ୟାଳୟ, ଟିମ୍ ୬୦, OSAP ମୋବାଇଲାଇଜଡ୍ ଫୋର୍ସ ସହିତ ସଂଯୁକ୍ତ ଥିବା UPD ଭୁବନେଶ୍ବରର ସମସ୍ତ ପୋଲିସ୍ କର୍ମଚାରୀ ମାନେ ଏହି ନିୟମ ମାନିବା ପାଇଁ କୁହାଯାଇଛି ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..