ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସବଇନ୍ସପେକ୍ଟର ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ । ଭୟରେ ୪୦୦୦ ଟଙ୍କା ଗିଳିଦେଲେ ପୋଲିସ ବାବୁ । ଭିଜିଲାନ୍ସ ଅଧିକାରୀ ପୋଲିସ ବାବୁଙ୍କ ପାଟିରେ ହାତ ପୁରାଇ ଟଙ୍କା କାଢିବାକୁ ଚେଷ୍ଟା କଲାବେଳେ ଉଭୟ ଧାରା ଯାଇଥିଲା । ଏହାର ଦୃଶ୍ୟ ଭାଇରାଲ ହେଉଛି । ଏଭଳି ଘଟଣା ଘଟିଛି ହରିୟାଣା ଫରିଦାବାଦର ସେକ୍ଟର ୩ ଅଞ୍ଚଳରେ । ସୂଚନା ମୁତାବକ, ଶମ୍ଭୁ ନାଥ ନାମକ ଜଣେ ବ୍ୟକ୍ତିଙ୍କର ମଇଁଷି ଚୋରୀ ହୋଇଯାଇଥିଲା । ସେ ଏଫଆଇଆର ଦେବାକୁ ପୋଲିସର ଦ୍ୱାରସ୍ଥ ହୋଇଥିଲେ । ହେଲେ ମାମଲା ଦାଏର କରାଇବାକୁ ଦାୟିତ୍ୱରେ ଥିବା ସବଇନ୍ସପେକ୍ଟର ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପ୍ରଥମେ ଶମ୍ଭୁନାଥ ପୋଲିସ ବାବୁଙ୍କୁ ୪ ହଜାର ଓ ପରେ ୨ ହଜାର ଟଙ୍କା ଦେବା ପରେ ବି ଶାନ୍ତି ହୋଇନଥିଲେ ପୋଲିସ ବାବୁ । ଏଥିରେ ଅସନ୍ତୁଷ୍ଟ ହୋଇ ଶମ୍ଭୁନାଥ ଭିଜିଲାନ୍ସକୁ ଜଣାଇଦେଇଥିଲେ । ଯେଉଁଦିନ ବାକି ୪୦୦୦ ଟଙ୍କା ଦେବା କଥା ସେଦିନ ଠିକଣା ଜାଗାରେ ଜଗିରହିଥିଲା ଭିଜିଲାନ୍ସ ଟିମ୍ । ଆଉ ପୋଲିସ ଅଧିକାରୀ ଟଙ୍କା ଧରିବା କ୍ଷଣି ମାଡିବସିଥିଲେ ଭିଜିଲାନ୍ସ ଅଧିକାରୀ । ଆଉ ବିକଳରେ ସବୁତକ ଟଙ୍କା ଗିଳିଦେଇଥିଲେ ପୋଲିସ ବାବୁ । କିନ୍ତୁ ଛାଡିନଥିଲେ ଭିଜିଲାନ୍ସ ଅଧିକାରୀ । ତାଙ୍କୁ ତଳେ ପକାଇ ତାଙ୍କ ପାଟିରୁ ଟଙ୍କା କାଢିବାକୁ ଚେଷ୍ଟା କରିଥିଲେ । ଘଟଣାସ୍ଥଳରେ ଉପସ୍ଥିତ କେହି ଜଣେ ବ୍ୟକ୍ତି ଏହି ଦୃଶ୍ୟକୁ ସୁଟିଙ୍ଗ କରି ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି ।






More Stories
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..
“ହମ୍ପଟି ଡମ୍ପଟି ବଜେଟ”……