ରିପୋର୍ଟ କାର୍ଡ / କୋରାପୁଟ
ଗୁଳି ଫୁଟି କୋରାପୁଟରେ ଜଣେ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି ଅସାବଧାନତାବଶତଃ ଗୁଳି ଫୁଟିଛି ନା, ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ଗୁରୁତର ଆହତ ହୋଇଥିବା ପୋଲିସ କର୍ମଚାରୀ ନରେନ୍ଦ୍ର ବିଶ୍ବାଳଙ୍କୁ ତୁରନ୍ତ କୋରାପୁଟ ମେଡିକାଲରେ ଭର୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଅବନତି ଦେଖାଯିବା ପରେ ସ୍ବତନ୍ତ୍ର ଆମ୍ବୁଲାନସ ଯୋଗେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଗୁଳି ନରେନ୍ଦ୍ର ବିଶ୍ବାଳଙ୍କ ବାଜି ବାମ ପଟ ମୁହଁରେ ଗୁରୁତର ଆଘାତ ଲାଗିଛି। ସେ ଡେପୁଟି ସୁବେଦାର ଶ୍ରେଣୀ ଅଧିକାରୀ ଭାବେ କାମ କରୁଛନ୍ତି।






More Stories
ରାଜ୍ୟରେ ସକାଳୁଆ ସ୍କୁଲ…..
କନିଷ୍ଠ ଶିକ୍ଷକ ହେଲେ ନିୟମିତ…..
ସରିଲା ମାଟ୍ରିକ ଖାତାଦେଖା…..