ରିପୋର୍ଟ କାର୍ଡ / କଟକ
କଟକ ଆଇବି ରୋଡରେ ଜୁଆ ଆଡ୍ଡା ଚଢାଉ ହୋଇଛି | ଏହି ଚଢ଼ାଉ ସମୟରେ ୩୦ଜଣଙ୍କୁ ଜଗତପୁର ଥାନା ପୋଲିସ ଗିରଫ କରିଥିବା ଜଣାପଡିଛି । ଖବର ଅନୁଯାୟୀ, ଦୀର୍ଘ ଦିନ ଧରେ ଆଇବି ରୋଡ୍ରେ ଜୁଆ ଆଡ୍ଡା ଚାଲିଥିଲା । ପୂର୍ବରୁ ସୂଚନା ପାଇଥିଲା ଜଗତପୁର ଥାନା ପୋଲିସ । ଏହିକ୍ରମରେ ସୋମବାର ଦିନ ଉକ୍ତ ଜୁଆ ଆଡ୍ଡାରେ ଚଢାଉ କରିଛି ପୋଲିସ । ଏହି ଚଢାଉରେ ପୋଲିସକୁ ନଗଦ ୮ଲକ୍ଷ ଟଙ୍କା, ୨୧ଟି ମୋବାଇଲ୍, ୪ଟି ମୋବାଇଲ୍ ଜବତ କରିଛି । ଏହାସହିତ ୩୦ଜଣଙ୍କୁ ମଧ୍ୟ ଗିରଫ କରିଛି ।ତେବେ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଲତାଡ଼ ଜାରି ରଖିଛି ଜଗତପୁର ଥାନା ପୋଲିସ ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..