ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେହଜୀବୀଙ୍କୁ ସମାଜରେ ସମସ୍ତେ ଘୃଣ୍ୟ ନଜରରେ ଦେଖିଥାନ୍ତି। ପୋଲିସ ମଧ୍ୟ ଚଢ଼ାଉ ବେଳେ ସେମାନଙ୍କ ସହ କ୍ରୂର ବ୍ୟବହାର କରିଥାଏ । ହେଲେ ଆମ ପରି ସେମାନେ ବି ଦେଶର ନାଗରିକ। ତାଙ୍କର ବି ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି। ତେଣୁ ଏପରି ମାମଲା ସାମନାକୁ ଆସିଲେ ପୋଲିସ ସେମାନଙ୍କୁ ସମ୍ମାନର ସହ ବ୍ୟବହାର କରିବା ଉଚିତ। ମୌଖିକ କିମ୍ବା ଶାରୀରିକ ରୂପେ ପୋଲିସ ଦେହଜୀବୀଙ୍କୁ ଦୁର୍ବ୍ୟବହାର କରିପାରିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କରୋନା ସମୟରେ ସେକ୍ସ ୱାର୍କର ନିଜ ଦୈନଦିନ ଆବଶ୍ୟକତା ମେଣ୍ଟାଇବାକୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏନେଇ ସୁପ୍ରିମକୋର୍ଟରେ ଏକ ଅପିଲ ଦାଖଲ ହୋଇଥିଲା। ସେକ୍ସ ୱାର୍କରଙ୍କ ଥଇଥାନ ପାଇଁ ଗଠିତ ପ୍ୟାନେଲର ସୁପାରିଶରେ ଶୁଣାଣି ଚାଲିଥିବା ବେଳେ ଏପରି ରାୟ ଦେଇଛନ୍ତି ଖଣ୍ଡପୀଠ। ସୁପ୍ରିମକୋର୍ଟ ବିଚାରପତି ଏଲ. ନାଗେଶ୍ୱର ରାଓ, ବିଆର ଗାଭାଇ ଓ ଏସ୍ ବୋପାନ୍ନାଙ୍କ ମିଳିତ ଖଣ୍ଡପୀଠ ଏପରି ରାୟ ଦେଇଛନ୍ତି।ଏନେଇ ସେମାନେ କହିଛନ୍ତି, ଭାରତ ବର୍ଷରେ ସମସ୍ତ ନାଗରିକଙ୍କ ସାମ୍ବିଧାନିକ ଅଧିକାର ଯେପରି ଅକ୍ଷୁର୍ଣ୍ଣ ରହିବ ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ଉଚିତ। କୋର୍ଟ କହିଛନ୍ତି, ଯଦି କୌଣସି ଦେହଜୀବୀ ଯୌନ ଉତ୍ପୀଡ଼ନର ଶିକାର ହେଉଛନ୍ତି ତାଙ୍କୁ ତୁରନ୍ତ ମେଡିକାଲ ସହାୟତା ପ୍ରଦାନ କରିବା ଉଚିତ। ଏଥିସହ ଯୌନ ପୀଡ଼ିତାଙ୍କୁ ମିଳୁଥିବା ଆଇନଗତ ସବୁ ପ୍ରକାର ସହାୟତା ସେମାନଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବା ଦରକାର। ଅଧିକାଂଶ ସମୟରେ ଦେଖିବାକୁ ମିଳୁଛି,ପୋଲିସ , କୋର୍ଟ ଓ ଅନ୍ୟ ଲିଗାଲ ସେଲ୍ ସେମାନଙ୍କ ଅଧିକାର ପ୍ରତି ସମ୍ବେଦନଶୀଳ ହେବା ଉଚିତ।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……