Report Card Odisha

| Daily Odia News

ପୋଲିସ SI ପରୀକ୍ଷା ସ୍କାମ୍ : ଧରାପଡିଲା ମାଷ୍ଟରମାଇଣ୍ଡ!…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପୋଲିସ SI ପରୀକ୍ଷା ମହାଘୋଟାଲାରେ ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌। ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ପରେ ତତ୍ପରତା। ପ୍ରାଥମିକ ତଦନ୍ତ ଅନୁସାରେ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁହେଁ ସ୍ପେଶାଲ କୋଚିଂ ପାଇଁ ରାଜ୍ୟ ବାହାରକୁ ନେଉଥିବା ଅଭିଯୋଗ ହୋଇଛି। ପ୍ରତ୍ୟେକଙ୍କ ଠାରୁ ୨୫ ଲକ୍ଷ ଟଙ୍କା ନେବାକୁ ଡିଲ ହୋଇଥିଲା। ଦୁହେଁ ପରୀକ୍ଷାର୍ଥୀଙ୍କ ସବୁ ଅରିଜନାଲ ସାର୍ଟିଫିକେଟ ନେଇଯାଇଥିଲେ। ୯୩୩ ପୋଷ୍ଟ ପାଇଁ ବାହାରିଥିଲା ବିଜ୍ଞାପନ; କୋଟି କୋଟି ଟଙ୍କାର ଡିଲ ହୋଇଥିଲା।ବୁଧବାର ବ୍ରହ୍ମପୁର ପୋଲିସ ଜିଲ୍ଲା ଗୋଳନ୍ଥରା ଥାନା ପୋଲିସ ପର୍ଦ୍ଦାଫାଶ କରିବା ସହ ପୋଲିସ ୧୧୪ ପରୀକ୍ଷାଥି ଓ ତିନି ଦଲାଲଙ୍କୁ ଗିରଫ କରିଥିବା ନେଇ ପୋଲିସ ସୂଚନା ଦେଇଛି । ଅପରପକ୍ଷେ ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ ବୋଲି ସୂଚନା ମିଳିଛି ।ସୂଚନା ଅନୁସାରେ, ଚଳିତ ମାସର ୫ ଓ ୬ ତାରିଖରେ ଓଡ଼ିଶା ପୋଲିସ SIର ଲିଖିତ ପରୀକ୍ଷା ରହିଥିଲା। ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀ ପ୍ରଶିକ୍ଷଣ ଦେବା ପାଇଁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ଏକାଠି ହୋଇ ଆନ୍ଧ୍ରପ୍ରଦେଶ ବିଜୟନଗରର ଏକ ଅଜ୍ଞାତ ସ୍ଥାନକୁ ତିନୋଟି ଏସି ବସ ଯୋଗେ ଯାଉଥିଲେ। ସେହି ସମୟରେ ବ୍ରହ୍ମପୁର ଏସପି ଡା ସର୍ବଣା ବିବେକ ଏମ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ l ତିନି ବସକୁ ପିଛା କରି ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳରୁ ଏସ୍ପି ବିବେକ ଏକ ସ୍ବତନ୍ତ୍ର ପୋଲିସ ଟିମ ସହ ଅଟକାଇ ଧରିଥିଲେ । ସେମାନଙ୍କୁ ଆମ୍ବପୁଆ ପୋଲିସ ରିଜର୍ଭକୁ ଆଣି ଅଟକ ରଖି ପଚରାଉଚରା କରିବା ବେଳେ ୮ ଜଣ ମହିଳା,୧୦୬ ଜଣ ଯୁବକ ଓ ତିନ ଜଣ ଦଲାଲ ରହିଥିଲେ। ପ୍ରଥମେ ୧୦ ଲକ୍ଷ ଟଙ୍କା ସେମାନେ ଦେଇଥିଲେ। ଚାକିରୀ ପାଇବା ପରେ ୧୫ ଲକ୍ଷ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ୨୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଡ଼ିଲ ହୋଇଥିବା ନେଇ ଜଣାପଡିଛି ।

Breaking News