ରିପୋର୍ଟ କାର୍ଡ / ଭୁବନେଶ୍ୱର
ନବ ଦାସ ହତ୍ୟା ମାମଲାରେ ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ଆଜି ଗର୍ଜିଛି ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସ କର୍ମୀମାନେ ସୁଶାନ୍ତଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଘେରାଉ କରିବା ସହିତ ଅଣ୍ଡା ଓ ଟମାଟୋ ମାଡ଼ କରିଛନ୍ତି। ନବ ଦାସଙ୍କ ସହିତ ସୁଶାନ୍ତ ସିଂଙ୍କର ଶତ୍ରୁତା ରହିଥିଲେ ସୁଦ୍ଧା ତାଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉନି ବୋଲି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ। ନବ ଦାସଙ୍କୁ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିବା ବେଳେ ପୋଲିସ କେବଳ ଗୋପାଳ ଦାସଙ୍କୁ ଗିରଫ କରି ବସି ରହିଛି। ପୋଲିସ ଏହା ପଛର କାରଣ ଜାଣିବାକୁ ତତ୍ପରତା ପ୍ରକାଶ କରୁନି ବୋଲି କହିଛି ଛାତ୍ର କଂଗ୍ରେସ ।






More Stories
ସ୍ବର୍ଣ୍ଣ ଜିତିଲେ ମୀରାବାଈ ଚାନୁ…..
ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି……
ସୁଶାନ୍ତଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ,ନବୀନ…..