ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଗିରଫ ଦାବି କରିଛି ରାଜ୍ୟ ପୋଲିସ ସଂଘ। ଜୟନାରାୟଣ ଜଣେ ଥାନା ଅଧିକାରୀଙ୍କୁ ଧମକାଇବା ଘଟଣାକୁ ସଂଘ ନିନ୍ଦା କରିବା ସହିତ ତାଙ୍କୁ ଏହି ଘଟଣାରେ ଗିରଫ କରାଯିବା ଦରକାର ବୋଲି ସଂଘର କାର୍ଯ୍ୟକାରୀ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ କହିଛନ୍ତି। ସେ କହିଛନ୍ତି ବିଧାୟକଙ୍କ ଏପରି ଆଚରଣ ଗ୍ରହଣୀୟ ନୁହେଁ। ଏପରି ହେଲେ ଜନସାଧାରଣଙ୍କ ମନରେ ଆଇନ ପ୍ରତି ଭୟ ରହିବ ନାହିଁ। ବିଧାୟକଙ୍କ ଧମକ ଲଜ୍ଜାଜନକ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ। ଡିଜିପିଙ୍କ ନିକଟରେ ସଂଘ ପକ୍ଷରୁ ଦାବି ହୋଇଛି। ଡିଜିପି କି ପଦକ୍ଷେପ ନେଉଛନ୍ତି ତାହାକୁ ଅପେକ୍ଷା ରହିଛି। ଡିଜିପିଙ୍କ ପଦକ୍ଷେପ ଅନୁସାରେ ସଂଘ ପରବର୍ତ୍ତୀ ନିଷ୍ପତ୍ତି ନେବ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..