Report Card Odisha

| Daily Odia News

ପୋଲିସ ଜିପ୍‌-ଟ୍ରକ୍‌ ଧକ୍କା…..

ରିପୋର୍ଟ କାର୍ଡ / ମୟୂରଭଞ୍ଜ

ପୋଲିସ ଜିପ୍‌ ଓ ଘୁଷୁରୀ ବୋଝେଇ ଟ୍ରକ୍‌ ମୁହାଁ ମୁହିଁ ଧକ୍କା ହୋଇଛି | ଫଳରେ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଜଣେ ମହିଳା ଆହତ ହୋଇଛଥିବା ସୂଚନା ମିଳିଛି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଦୁଇ ଜଣ ପୋଲିସ କର୍ମଚାରୀ ଜଣେ ମହିଳା ଅଭିଯୁକ୍ତକୁ ନେଇ ବାରିପଦାରୁ କେସିପୁର ଫାଣ୍ଡିକୁ ଆସୁଥିଲେ। ଏହି ସମୟରେ ଶାଳବଣି ନିକଟରେ ବିପରୀତ ଦିଗରୁ ଆସୁଥିବା ଘୁଷୁରୀ ବୋଝେଇ ଟ୍ରକ୍‌ ସହ ପୋଲିସ ଜିପ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲା ବେଳେ ତାଙ୍କ ସାଙ୍ଗରେ ଥିବା ମହିଳା ଅଭିଯୁକ୍ତ ମଧ୍ୟ ଆହତ ହୋଇଥିଲେ। ପୋଲିସ ଗାଡ଼ିକୁ ଜବତ କରିବା ସହ ଟ୍ରକ୍‌ ଡ୍ରାଇଭରକୁ ଗିରଫ କରିଛି ଓ ଘଟଣାର ତଦନ୍ତ କରୁଛି।

 

 

Breaking News