ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଦ ଛାଡିଲେ ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ । ବିଜେଡିରୁ ସିନିୟର୍ ସିଟିଜେନ୍ ସେଲ୍ ଉପସଭାପତି ପଦରୁ ସେ ଇସ୍ତଫା ଦେଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ଥଫା ପତ୍ର ପଠାଇଛନ୍ତି । ଦଳ ତାଙ୍କୁ ଆଉ ଗୁରୁତ୍ୱ ଦେଉନଥିବାରୁ ପଦବୀ ଛାଡିଥିବା ସେ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହାସହିତ ଦେବାଶିଷ ଉଲ୍ଲେଖ କରିଛନ୍ତି ଯେ ଦଳ ଆଉ ବିଜୁ ବାବୁଙ୍କ ଆଦର୍ଶରେ ଚାଲୁନାହିଁ । ଏହା କେବଳ ମୋତେ ଆଘାତ ଦେଇନାହିଁ, ଦଳରେ ଥିବା ହଜାର ହଜାର କର୍ମୀଙ୍କୁ ମଧ୍ୟ ଆଘାତ ଦେଉଛି । ସର୍ବପରେ ବି ନବୀନ ପଟ୍ଟନାୟକଙ୍କ ପ୍ରତି ତାଙ୍କର ବିଶ୍ୱସ୍ତତା ରହିଛି ବୋଲି ଦେବାଶିଷ ଚିଠିରେ ଉଲ୍ଲେଖ କରିଛନ୍ତି ।






More Stories
ଫିଟୁଛି ଦୟାଲ ଗଙ୍ଗଓ୍ବାରଙ୍କ ଗୁମର:୮ କନଷ୍ଟେବଳଙ୍କୁ ଏମିତି ଘର କାମରେ ଲଗାଉଥିଲେ…..
ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି…..
ଖୁବ୍ଶୀଘ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ଅଦଳବଦଳ !…..