ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜେଡିୟୁ ବିଧାୟକ ନରେନ୍ଦ୍ର ଯାଦବ ବିହାର ବିଧାନସଭାର କାମଚଳା ବାଚସ୍ପତି ନିଯୁକ୍ତ । ଗୟା ଆସନରୁ ନବମ ଥର ପାଇଁ ଜିତିଥିବା ବିଜେପି ବିଧାୟକ ପ୍ରେମ କୁମାର ବାଚସ୍ପତି ଭାବରେ ନିର୍ବାଚିତ ହୋଇପାରନ୍ତି । ୨୦୨୫ ବିହାର ବିଧାନସଭା ନିର୍ବାଚନରେ ଲଗାତାର ଅଷ୍ଟମ ଥର ପାଇଁ ଜିତିଥିବା ଜେଡିୟୁ ବିଧାୟକ ନରେନ୍ଦ୍ର ନାରାୟଣ ଯାଦବ ସୋମବାର ବିହାର ବିଧାନସଭାର କାମଚଳା ବାଚସ୍ପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ ରାଜଭବନରେ ଶ୍ରୀ ଯାଦବଙ୍କୁ ଶପଥ ପାଠ କରାଇଛନ୍ତି । ୭୪ ବର୍ଷୀୟ ନରେନ୍ଦ୍ର ନାରାୟଣ ଯାଦବ ୧୯୯୫ ମସିହାରୁ ମାଧେପୁରା ଜିଲ୍ଲାର ଆଲମନଗର ନିର୍ବାଚନମଣ୍ଡଳୀରୁ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଆସୁଛନ୍ତି । ଶ୍ରୀ ଯାଦବ ନିର୍ବାଚନରେ ଭିଆଇପି ପ୍ରାର୍ଥୀ ନବିନ କୁମାରଙ୍କୁ ପଞ୍ଚାବନ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ଶ୍ରୀ ଯାଦବ ଏବେ ବିଧାନସଭାରେ ନବନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଇବେ ଏବଂ ନୂତନ ବାଚସ୍ପତି ପାଇଁ ନିର୍ବାଚନ ପରିଚାଳନା କରିବେ ।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….