Report Card Odisha

| Daily Odia News

ଲୋକପ୍ରିୟତାରେ ଟ୍ରମ୍ପଙ୍କଠାରୁ ବାଇଡେନ ପଛରେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକାରେ ଆସନ୍ତାବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ପ୍ରତିଦ୍ବନ୍ଦ୍ବିତା କରିବାକୁ ଘୋଷଣା କରିଛନ୍ତି। ଜନମତ ସର୍ଭେରେ ଟ୍ରମ୍ପଙ୍କଠାରୁ ବାଇଡେନ ପଛରେ ଥିବା ଦେଖିବାକୁ ମିଳିଛି। ବାଇଡେନଙ୍କ ଆପ୍ରୁଭାଲ ରେଟିଂ ବହୁତ ତଳେ ଥିବା ବେଳେ ଟ୍ରମ୍ପଙ୍କ ପାଇଁ ଉତ୍ସାହଜନକ ସଂକେତ ରହିଛି। ଏହି ସର୍ଭେ ଏବିସି ନ୍ୟୁଜ୍ ଓ ୱାସିଂଟନ ପୋଷ୍ଟ ଦ୍ବାରା ମିଳିତ ଭାବରେ କରାଯାଇଛି। ସର୍ଭେ ଅନୁସାରେ ମାତ୍ର ୩୬ ପ୍ରତିଶତ ଲୋକ ବାଇଡେନଙ୍କ ଉପରେ ସନ୍ତୁଷ୍ଟ ଥିବା ବେଳେ ୪୪ ପ୍ରତିଶତ ଲୋକ ଟ୍ରମ୍ପଙ୍କୁ ଅଧିକ ଦକ୍ଷ ମନେକରନ୍ତି। ବାଇଡେନଙ୍କ ଆପ୍ରୁଭାଲ ରେଟିଂ ଫେବ୍ରୁଆରି ମାସର ରେଟିଂ ତୁଳନାରେ ୬ ଅଙ୍କ କମ୍ ରହିଛି। ୫୬ ପ୍ରତିଶତ ଲୋକ ବାଇଡେନଙ୍କ ପ୍ରଦର୍ଶନ ସନ୍ତୋଷଜନକ ନୁହେଁ ବୋଲି ମତ ଦେଇଛନ୍ତି। ୮୦ ବର୍ଷୀୟ ବାଇଡେନଙ୍କୁ ୬୮ ପ୍ରତିଶତ ଲୋକ ଆଉ ଏକ ଟର୍ମ ପାଇଁ ଅଯୋଗ୍ୟ ବୋଲି ମତ ଦେଇଛନ୍ତି। ଏହି ସର୍ଭେ ଏପ୍ରିଲ ୨୮ରୁ ମେ ୩ ମଧ୍ୟରେ କରାଯାଇଥିଲା। ସର୍ଭେରେ ପଚରାଯାଇଥିଲା ୨୦୨୪ ପାଇଁ ଭୋଟରମାନେ କାହାକୁ ବେଶି ପସନ୍ଦ କରନ୍ତି। ଏଥିରେ ୪୪ ପ୍ରତିଶତ ଲୋକ ଟ୍ରମ୍ପଙ୍କୁ ଏବଂ ୩୮ ପ୍ରତିଶତ ଲୋକ ବାଇଡେନଙ୍କୁ ପସନ୍ଦ କରୁଥିବା କହିଥିଲେ।

 

Breaking News