ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିବାଦୀୟ ଟ୍ରେନି ଆଇଏଏସ୍ ଅଫିସର ପୂଜା ଖେଦକରଙ୍କ ମା’ ମନୋରମା ଖେଦକରଙ୍କୁ ଆଜି ପୁଲିସ ଗିରଫ କରିଛି। ଏକ ଜମି ବିବାଦ ପାଇଁ ମନୋରମା ଖେଦକର କିଛି କୃଷକଙ୍କୁ ବନ୍ଧୁକ ଦେଖାଇ ଧମକାଉଥିବା ଭିଡିଓ ଭାଇରାଲ୍ ହେବାପରେ ପୁଲିସ ଆଜି ତାଙ୍କୁ ଗିରଫ କରିଛି। ପୁଲିସ ମନୋରମା ଖେଦକରଙ୍କୁ ଏକ ଲଜ୍ରୁ ଗିରଫ କରିଥିବା ବେଳେ ତାଙ୍କ ସ୍ବାମୀ ଦିଲୀପ ଖେଦକର ଫେରାର୍ ଅଛନ୍ତି। ମନୋରମା ଏକ ନକଲି ଆଧାର କାର୍ଡ ବ୍ୟବହାର କରି ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଏକ ଲଜ୍ରେ ଲୁଚିଥିଲେ। ସେ ଏକ ଘରୋଇ କ୍ୟାବ୍ରେ ଲଜ୍ରେ ପହଞ୍ଚିଥିଲେ ଏବଂ କ୍ୟାବ୍ ଡ୍ରାଇଭରଙ୍କ ସହ ସେଠାରେ ରହୁଥିଲେ। ଆଜି ସକାଳେ ପୁଲିସ ଏହି ଲଜ୍ରେ ପହଞ୍ଚି ତାଙ୍କୁ ଗିରଫ କରିଛି। ମନୋରମା ଖେଦକରଙ୍କ ବିରୋଧରେ ହତ୍ୟା ଉଦ୍ୟମ ସହ ଅନେକ ଅଭିଯୋଗ ରହିଛି। ପୁନେ କୋର୍ଟ ଆଜି ତାଙ୍କୁ ୨ ଦିନ ପାଇଁ ରିମାଣ୍ଡରେ ନେଇଛି।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..