ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କୁ ବମ୍ରେ ଉଡ଼ାଇଦେବାକୁ ଦେଇଦେଲେ ଖୁଲମଖୁଲା ଧମକ । ଫଳରେ ଫେମସ୍ ହେବା ପରିବର୍ତ୍ତେ ଯୁବକଜଣକ ଏବେ ଜେଲ୍ ଯାଇଛନ୍ତି । ଏପରି ଅଭାବନୀୟ କାଣ୍ଡ ଘଟାଇଥିବା ଯୁବକଜଣକ ହେଲେ ଉତ୍ତରପ୍ରଦେଶ ମଲାବା ବୁଜର୍ଗ ଗାଁର ଅନିରୁଦ୍ଧ ପାଣ୍ଡେ ବୋଲି ଜଣାଯାଇଛି । ସେ ଏକ ଘରୋଇ କଲେଜରେ ଏଲଏଲବି ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ମାତ୍ର ରାତାରାତି ଫେମସ ହେବାକୁ ତାଙ୍କ ମୁଣ୍ଡରେ ଜୁଟିଲା ଅଜବ ବୁଦ୍ଧି। ସେ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ୫ ଦିନରେ ବୋମାରେ ଉଡ଼ାଇଦେବାକୁ ଦେଲେ ଧମକ । ସୋଶାଲ ମିଡିଆରେ ଏନେଇ ସେ ପୋଷ୍ଟ କରିଥିବା ବେଳେ ଏହାକୁ ୟୁପି ପୋଲିସ , ଜିଲ୍ଲାପାଳ ଓ STF ସହ ଟ୍ୟାଗ୍ କରିଥିଲେ। ଏହାପରେ ତୁରନ୍ତ ୟୁପି ପୋଲିସ ଆକ୍ସନ୍ ମୁଡକୁ ଚାଲି ଆସିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହାପରେ ତୁରନ୍ତ ଅନିରୁଦ୍ଧଙ୍କୁ ଘରୁ ଉଠାଇ ନେଇଥିଲା ପୋଲିସ । ସେଠାରେ ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……