ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚୀନ୍ରେ କରୋନା ଭାଇରସର ପ୍ରକୋପ ଏବେବି ଜାରିରହିଛି । କରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି | ସଂକ୍ରମଣ ସଂଖ୍ୟାକୁ ନଜରରେ ରଖି ପ୍ରକୋପ ନିୟନ୍ତ୍ରଣ ପାଇଁ ପୁଣି ଲକଡାଉନର ର ସହାୟତା ନିଆଯିବ ବୋଲି ଚର୍ଚା ହେଉଛି । ବିଶ୍ୱର ଦ୍ୱିତୀୟ ବୃହତ୍ତ ଅର୍ଥ ବ୍ୟବସ୍ଥା ଚୀନ୍ରେ ଯଦି ପୁଣି ଲକଡାଉନ ଜାରି ହୁଏ କେବଳ ଦେଶ ନୁହେଁ ବିଶ୍ୱର ଅର୍ଥ ବ୍ୟବସ୍ଥା ଲାଗି କାଫି ଚିନ୍ତାଜନକ ହୋଇପାରେ ବୋଲି ଏବେ ଆଶଙ୍କା କରାଯାଉଛି। ଚୀନ୍ ଅର୍ଥନୀତି ପାଇଁ ଏହା ଏକ ଝଟକା ଭଳି ହେବାକୁ ଥିବା ବେଳେ ବିଶ୍ୱ ଅର୍ଥ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡିବ। ଚୀନ୍ କରୋନାକୁ ନେଇ କେତେ ଭୟଭୀତ ଏହା ଏକ ସାମାନ୍ୟ ଘଟଣାରୁ ଯେ କେହିବି ଅନୁମାନ କରିପାରିବେ। ସହରରେ ସଂକ୍ରମଣର କେବଳ ଗୋଟିଏ ମାମଲା ସାମ୍ନାକୁ ଆସିବା ଯୋଗୁ ପୁରା ସହରକୁ ୩ ଦିନ ଲକଡାଉନ କରିଦିଆଯାଇଥିଲା। ଚୀନ୍ରେ ଏବେ ପୁଣି ସଂକ୍ରମଣ ବଢିବା ଆରମ୍ଭ କରିଛି। ଏଣୁ ଲକଡାଉନର ଆଶଙ୍କା କରାଯାଉଥିବା ବେଳେ କାରଖାନା , କନଷ୍ଟ୍ରକ୍ସନ ପୁଣି ବନ୍ଦ ହୋଇପାରେ ବୋଲି ଆକଳନ କରାଯାଉଛି। ଯଦି କନଷ୍ଟ୍ରକ୍ସନ କମ୍ପାନୀ ପୁଣି ଲକଡାଉନର ସମ୍ମୁଖୀନ ହୁଅନ୍ତି ତେବେ ପ୍ରଥମରୁ ଋଣରେ ବୁଡି ରହିଥିବା କମ୍ପାନୀମାନେ ଗୁରୁତର ପ୍ରଭାବିତ ହେବେ ବୋଲି ଆଶଙ୍କା କରାଯାଉଛି।






More Stories
“ହମ୍ପଟି ଡମ୍ପଟି ବଜେଟ”……
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….