ରିପୋର୍ଟ କାର୍ଡ / ଉଦଳା
ମୟୂରଭଞ୍ଜ ଜିଲ୍ଲା ଉଦଳାର ପୋଷ୍ଟାଲ ଇନ୍ସପେକ୍ଟର ରାଜେନ୍ଦ୍ର ପୃଷ୍ଟି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି | ସାର୍ଟିଫିକେଟ କରାଇ ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ପୋଷ୍ଟାଲ ଇନ୍ସପେକ୍ଟର। ମାତ୍ର ଲାଞ୍ଚ ଟଙ୍କା ନେବା ବେଳେ ମାଡ଼ି ବସିଲା ସିବିଆଇ । ଉଦଳା ପୋଷ୍ଟାଲ ସର୍କଲ ଅଧୀନ କୁଶଳଦା ପଥୁରୀକଟା ପୋଷ୍ଟ ଅଫିସର ଜିଡ଼ିଏସ ବିପିଏମ ମଳୟ କୁମାର ବେହେରାଏବେ ଶିକ୍ଷକ ଚାକିରି ପାଇଛନ୍ତି। ଉକ୍ତ ଚାକିରି କରିବା ନିମନ୍ତେ ପୋଷ୍ଟାଲ ବିଭାଗ ପକ୍ଷରୁ ଜିଷ୍ଟ୍ରେଶନ ସହିତ ପୋଷ୍ଟ ୱାର୍କ ଭେରିଫିକେସନ ସାର୍ଟିଫିକେଟର ଆବଶ୍ୟକତା ରହିଥିଲା। ଯେଉଁ ପୋଷ୍ଟ ୱାର୍କ ଭେରିଫିକେସନ ସାର୍ଟିଫିକେଟ ପାଇବା ପାଇଁ ବିପିଏମ ମଳୟ କୁମାର ବେହେରା ଉଦଳା ପୋଷ୍ଟାଲ ଇନ୍ସପେକ୍ଟରଙ୍କ ନିକଟରେ ପହଞ୍ଚିଥିଲେ। ହେଲେ ସାର୍ଟିଫିକେଟ ଦେବା ନିମନ୍ତେ ପୋଷ୍ଟାଲ ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ପୃଷ୍ଟି ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଗତକାଲି ସନ୍ଧ୍ୟାରେ ନିଜ ଭଡା ବାସଭବନ ନିକଟରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଜେନ୍ଦ୍ର ପୃଷ୍ଟିଙ୍କୁ ମାଡି ବସିଥିଲା ସିବିଆଇ ଆଣ୍ଟିକରପସନ ଟିମ। ଧରା ପଡିବା ପରେ ପୋଷ୍ଟାଲ ଇନ୍ସପେକ୍ଟର ଘଟଣାସ୍ଥଳରେ ଟଙ୍କା ଫୋପାଡ଼ି ଦେଇ ଖସି ଯିବାକୁ ଉଦ୍ୟମ କରିଥିଲେ, ହେଲେ ସିବିଆଇ ତାଙ୍କୁ କାବୁ କରି ଦେଇଥିଲା।
ଭିଜିଲାନ୍ସ ଜାଲରେ ପୋଷ୍ଟାଲ ଇନ୍ସପେକ୍ଟର…..






More Stories
ରାଜ୍ୟରେ ସକାଳୁଆ ସ୍କୁଲ…..
କନିଷ୍ଠ ଶିକ୍ଷକ ହେଲେ ନିୟମିତ…..
ସରିଲା ମାଟ୍ରିକ ଖାତାଦେଖା…..