Report Card Odisha

| Daily Odia News

ପାର୍ସଲ ଖୋଲିପାରିବେ ଡାକ କର୍ମଚାରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସଂସଦରେ ଡାକଘର ବିଧେୟକ ୨୦୨୩ ଆଗତ କରାଯାଇଛି ଯେଉଁଥିରେ ଡାକ କର୍ମଚାରୀମାନଙ୍କୁ ‌ପାର୍ସଲ ଖୋଲିବା ଏବଂ ଅଟକ ରଖିବାର କ୍ଷମତା ଦେବା ଲାଗି ବ୍ୟବସ୍ଥା ରହିଛି। ନାଗରିକଙ୍କ ସୁରକ୍ଷା ଓ ଜାତୀୟ ନିରାପତ୍ତା ଦୃଷ୍ଟିରୁ ଡାକ କର୍ମଚାରୀମାନେ ଯେକୌଣସି ଜିନିଷକୁ ଖୋଲିପାରିବେ। ଡାକଘର ନିୟମ ୧୮୯୮ ସ୍ଥାନରେ ଏହି ନୂଆ ବିଧେୟକ ଲାଗୁ ହେବ। ଟିକସ ଠକେଇ କରି କିମ୍ବା ବେଆଇନ ଭାବେ ଦେଶ ଭିତରୁ କିମ୍ବା ବିଦେଶରୁ ପଠାଯାଇଥିବା ଜିନିଷକୁ ଡାକ ଅଧିକାରୀମାନେ ଜବତ କରି ସୀମା ଶୁଳ୍କ କର୍ତ୍ତୃପକ୍ଷକୁ ଦେଇପାରିବେ। ବିଧେୟକରେ ଥିବା ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥା ହେଉଛି କୌଣସି ଜିନିଷ ହଜିବା, କ୍ଷତିଗ୍ରସ୍ତ ହେବା କିମ୍ବା ପହଞ୍ଚାଇବାରେ ବିଳମ୍ବ ହେବା ଲାଗି କୌଣସି ଅଧିକାରୀଙ୍କୁ ସେଥିପାଇଁ ଦାୟୀ କରାଯିବ। ଏହି ବିଧେୟକକୁ ଚଳିତ ମାସ ୪ରେ ରାଜ୍ୟସଭା ଏବଂ ସୋମବାର ଲୋକସଭା‌ର ମଞ୍ଜୁରି ମିଳିଛି। ରାଷ୍ଟ୍ରପତିଙ୍କ ମୋହର ବାଜିଲେ ବିଧେୟକଟି ଆଇନରେ ପରିଣତ ହେବ। ଦେଶରେ ୧.୫ ଲକ୍ଷରୁ ଅଧିକ ଡାକଘର ଥିବା ବେଳେ ସେଥିରୁ ୧.୩୦ ଲକ୍ଷ ଡାକଘର ଗ୍ରାମାଞ୍ଚଳରେ ରହିଛି।

Breaking News