ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଙ୍ଗଳବାର ବିଳମ୍ବିତ ରାତିରେ ଭୂମିକମ୍ପରେ ଥରିଲା ମେସ୍କିକୋ | ଭୂକମ୍ପର ଝଟକା ଜୋର ଥିବାରୁ ଦକ୍ଷିଣ ମେସ୍କିକୋ ସହରର ଅଧିକାଂଶ କୋଠା ଘର ଦୋହଲିବା ଭଳି ଦେଖାଯାଇଥିଲା। ଏହାରେ ସମସ୍ତ ସ୍ଥାନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣର ସୂଚନାନୁଯାୟୀ, ଗ୍ୟୁରେରୋ ଠାରୁ ୧୧ କିଲୋମିଟର ଦୂରରେ ଥିବା ଆକାପୁଲକୋରେ ୭.୦ ତିବ୍ରତାରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଅଧିକ ତିବ୍ରତାରେ ଭୂକମ୍ପ ଝଟକା ଅନୁଭବ ହୋଇଥିବା କାରଣରୁ ସେହି ସମୟରେ ଲୋକେ ପ୍ରଥମେ ନିଜ ଘରୁ ବାହାରକୁ ବାହାରି ଆସିଥିଲେ। ୭.୦ ତିବ୍ରତା ଝଟକା ଅନୁଭବ ହେବା ପରେ ମେସ୍କିକୋରେ ସୁନାମିର ବିପଦ ସୃଷ୍ଟି ହେବାର ସମ୍ଭବାନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଏନେଇ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ଏହି ଭୂକମ୍ପରେ ଅଧିକ କ୍ଷୟକ୍ଷତି ହୋଇନଥିବା ବେଳେ କିଛି ସ୍ଥାନରେ ରାସ୍ତା କ୍ଷତିଗ୍ରସ୍ତ ହୋଇଛି ବୋଲି ଜଣାପଡିଛି।






More Stories
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି…..
ଶପଥ ନେଲେ କେରଳର ନୂଆ ମୁଖ୍ୟମନ୍ତ୍ରୀ…..
ପ୍ରଧାନମନ୍ତ୍ରୀ ପଦ ଛାଡ଼ିବେ ଷ୍ଟାର୍ମର !…..