ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେପିରେ ଯୋଗ ଦେଲେ ଗୋପାଳପୁର ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ | ସେ ବିଜେଡିରୁ ବହିଷ୍କୃତ ହେବାପରେ ଜେପିରେ ମିଶିଛନ୍ତି। ପ୍ରଦୀପ ଓ ତାଙ୍କର କିଛି ସମର୍ଥକ ଆଜି ଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିର ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗଦେଇଛନ୍ତି | ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଡକ୍ଟର ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶକୁ ସାରା ବିଶ୍ବରେ ସମ୍ମାନିତ କରିଛନ୍ତି। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ମିଶିଛି। ସେ ଆହୁରି କହିଛନ୍ତି, ଓଡ଼ିଶାରେ ଅନ୍ଧ, ମୂକ ବଧିର ସରକାରକୁ ହଟାଇବାର ସମୟ ଆସିଛି। ନବୀନ ବାବୁ ଅଟଳ ବିହାରୀ ବାଜପେୟୀଙ୍କ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ପରେ ନିଜର ସ୍ବାର୍ଥ ଲାଗି ବିଜେପିର ହାତ ଛାଡ଼ିଥିଲେ। ନବୀନ ବାବୁଙ୍କୁ ହଟାଇବା ଓ ବିଜେପିକୁ କ୍ଷମତା ଆଣିବାର ସମୟ ଆସିଛି। ପୂର୍ଣ୍ଣ ସମର୍ଥନ ଦେଇ ଥରେ ବିଜେପିକୁ ଓଡ଼ିଶାରେ କ୍ଷମତାସୀନ କରିବାକୁ ସେ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି। ଲୋକଙ୍କ ପାଇଁ ହେବ ବିଜେପି ସରକାର। ରାଜ୍ୟର ସଚିବାଳୟ ସମସ୍ତଙ୍କ ପାଇଁଖୋଲା ରହିବ।






More Stories
୨ରୁ ଯୁକ୍ତ ଦୁଇ ଖାତାଦେଖା…..
୬ରୁ ସକାଳୁଆ କୋର୍ଟ……
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..