Report Card Odisha

| Daily Odia News

ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ୨୩ ଘଣ୍ଟା ରେଡ୍…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା । ତଦନ୍ତ ଆରମ୍ଭ ହୋଇଥିବା ବେଳେ ପ୍ରମାଣ ଖୋଜିଛି ଭିଜିଲାନ୍ସ । ଗତକାଲି ତାଙ୍କ ଘରେ ୨୩ ଘଣ୍ଟା ଧରି ରେଡ୍ ଚାଲିଥିଲା । ସମ୍ପର୍କୀୟ ଓ ସହଯୋଗୀଙ୍କ ଘର ସମେତ ୧୫ଟି ସ୍ଥାନରେ ହୋଇଥିବା ଏକକାଳୀନ ଚଢ଼ାଉ କରାଯାଇଥିଲା । ଏହି ସମୟରେ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମିଳିଛି । ଜମି, ଘର, ସୁନା ଗହଣା ଓ ଅନ୍ୟାନ୍ୟ ଦାମୀ ଜିନିଷ କିଣିବାର କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ଏଥିସହ ତାଙ୍କର ବ୍ୟାଙ୍କ ପାସବୁକ୍, କ୍ରେଡିଟ୍ ଓ ଡେବିଟ୍ କାର୍ଡ, ଲାପଟପ୍ ଏବଂ ମୋବାଇଲ୍ ଫୋନକୁ ସିଜ୍ କରାଯାଇଛି । ରେଡ୍ ବେଳେ ତାଙ୍କର ଜଣେ ସହଯୋଗୀଙ୍କ ଘରୁ ୨୦ ଲକ୍ଷ ଟଙ୍କା ଜବତ ହୋଇଛି । ଏହି ଟଙ୍କାର ଉତ୍ସ ଖୋଜୁଛି ଭିଜିଲାନ୍ସ । ଗତକାଲି ସକାଳ ୭ଟାରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ସମ୍ପର୍କୀୟ ଓ ସହଯୋଗୀଙ୍କ ଘରେ ରେଡ୍ ଆରମ୍ଭ କରିଥିଲା ଭିଜିଲାନ୍ସ ଟିମ୍ । ଏହି ଚଢ଼ାଉ ଆଜି ସକାଳ ୬ଟାରେ ସରିଛି । ଭିଜିଲାନ୍ସର ୨୦ ଅଫିସରଙ୍କୁ ନେଇ ଗଠିତ ଟିମ୍ ୧୫ଟି ସ୍ଥାନରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୋଳତାଡ କରିଥିଲେ । ପ୍ରାୟ ୫ କୋଟିରୁ ଅଧିକ ଟଙ୍କା ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍‌ କରିଥିଲା ଭିଜିଲାନ୍ସ। ଏହି ମାମଲାର ତଦନ୍ତ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ। ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଗତବର୍ଷ ଡିସେମ୍ବରରେ ଲୋକାୟୁକ୍ତଙ୍କ ପାଖରେ ଅଭିଯୋଗ କରିଥିଲେ ରାଜ୍ୟ ସରକାର।

Breaking News