ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି ର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ବରିଷ୍ଠ ନେତା ପ୍ରଫୁଲ ପଟେଲ ଓ ସାଂସଦ ସୁପ୍ରିୟା ସୁଲେ। ଏନସିପିର ସଭାପତି ଶରଦ ପାୱାର ଏହା ଘୋଷଣା କରିଛନ୍ତି। ଆଜିକୁ ଏନସିପି ଗଠନ ୨୫ ବର୍ଷ ପୂରିଛି। ୨୫ ବର୍ଷ ତଳେ ଅର୍ଥାତ ୧୯୯୯ରେ ଶରଦ ପାୱାର ଓ ପିଏ ସାଙ୍ଗମା ମିଳିତ ଭାବେ ଏନସିପି ଗଠନ କରିଥିଲେ। ଦଳ ପ୍ରତିଷ୍ଠାର ୨୫ ବର୍ଷ ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ସମୟରେ ଶରଦ ପାୱାର ଏପରି ଘୋଷଣା କରିଛନ୍ତି। ଏନସିପି ନେତା ଛଗନ ଭୂଜବଳ କହିଛନ୍ତି, “ପ୍ରଫୁଲ ପଟେଲ ଓ ସୁପ୍ରିୟା ସୁଲେଙ୍କୁ କାର୍ଯ୍ୟକାରୀ ସଭାପତି କରିବାର ଅନେକ କାରଣ ହୋଇଛି।ଏହାଦ୍ୱାରା ବିଭିନ୍ନ ନିର୍ବାଚନ ଓ ରାଜ୍ୟସଭା ଏବଂ ଲୋକସଭାର କାମ ଭାଗଭାଗ କରାଯାଇ ପାରିବ। ନିର୍ବାଚନ ଆସୁଥିବାରୁ ସେମାନଙ୍କ କାନ୍ଧରେ ଅଧିକ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ୨୦୨୪ ଲୋକସଭା ନିର୍ବାଚନର କାମ ପାଇଁ ଏପରି ପଦକ୍ଷେପ ନିଆଯାଇଛି।”






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..