Report Card Odisha

| Daily Odia News

ବିଜେଡିରେ ଯୋଗଦେଲେ ପ୍ରଫୁଲ୍ଲ ମାଝୀ …..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ବିଜେଡିରେ ଯୋଗଦେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ । ତେବେ ପ୍ରଫୁଲ୍ଲ ମାଝି କଂଗ୍ରେସ ଛାଡି ବିଜେଡିରେ ଯୋଗଦେବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା । କିଛି ଦିନ ତଳେ କଂଗ୍ରେସ ଛାଡିଥିଲେ ପ୍ରଫୁଲ୍ଲ । ଆଜି ବିଧିବଦ୍ଧ ଭାବେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ପ୍ରଫୁଲ୍ଲ ମାଝି ବିଜୁ ଜନତା ଦଳରେ ମିଶିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଭାବମୂର୍ତ୍ତିକୁ ଦେଖି ବିଜେଡିରେ ସାମିଲ ହୋଇଥିବା ସେ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର ୬ ତାରିଖରେ ଦଳ ବିରୋଧୀ କାର୍ଯ୍ୟ, ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସରୁ ବହିଷ୍କୃତ ହୋଇଥିଲେ ପ୍ରଫୁଲ୍ଲ ମାଝୀ । ତଳସରାରୁ କଂଗ୍ରେସର ପୂର୍ବତନ ବିଧାୟକ ଥିଲେ । କଂଗ୍ରେସର ଜଣେ ଟାଣୁଆ ଆଦିବାସୀ ନେତା ଥିଲେ ପ୍ରଫୁଲ୍ଲ ମାଝୀ । ୨୦୦୬ରେ ତଳସରାରୁ ବିଧାୟକ ଭାବେ ବିଜୟୀ ହୋଇ ରାଜନୈତିକ କ୍ୟାରିୟର ଆରମ୍ଭ  କରିଥିଲେ ପ୍ରଫୁଲ୍ଲ ମାଝୀ  |  ତଳସରାରୁ ଲଗାତାର ୩ ଥର  ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ସେ ବିଜୟୀ ହୋଇଥିଲେ।  କିନ୍ତୁ ୨୦୧୯ରେ ହାରିଯାଇଥିଲେ ପ୍ରଫୁଲ୍ଲ ମାଝୀ ।

Breaking News