Report Card Odisha

| Daily Odia News

ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ କାନ୍ଦି ପକାଇଲେ ପ୍ରଜ୍ଞା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ର ମାଲେଗାଓଁ ବିସ୍ଫୋରଣ ମାମଲାରେ ୭ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଏନଆଇଏ କୋର୍ଟ । ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରଜ୍ଞା ଠାକୁରଙ୍କ ବଡ ବୟାନ ସାମ୍ନାକୁ ଆସିଛି । ପ୍ରଜ୍ଞା କହିଛନ୍ତି ଯେ ଗତ ୧୭ବର୍ଷ ମଧ୍ୟରେ ମୋର ଜୀବନ ନଷ୍ଟ ହୋଇଗଲା । ୧୭ବର୍ଷ ଧରି ବହୁ ନିର୍ଯାତନା ସହିଛି । ଏହା ଭଗବତଙ୍କ ବିଜୟ । ଯେଉଁମାନେ ଭଗବତର ଅପମାନ କରନ୍ତି ଭଗବାନ ସେମାନଙ୍କୁ ଦଣ୍ଡ ଦେବେ । ପ୍ରଜ୍ଞା ଆହୁରି ମଧ୍ୟ କହିଛନ୍ତି ଯେ ମୋତେ ତଦନ୍ତ ପାଇଁ ଡକାଯାଇଥିଲା ଏବଂ ଗିରଫ କରାଗଲା । ଏହାପରେ ମୋତେ ଅକଥନୀୟ ନିର୍ଯାତନା ଦିଆଯାଇଥିଲା । ମୁଁ ଜଣେ ସନ୍ଥଙ୍କ ଜୀବନ ବଞ୍ଚୁଥିଲି କିନ୍ତୁ ମୋତେ ଫସାଇ ଅଭିଯୁକ୍ତ କରାଯାଇଥିଲା । ପୂର୍ବତନ ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁର କହିଛନ୍ତି ଯେ ମାମଲା ଚାଲିଥିବା ବେଳେ ଆମ ସହିତ କେହି ଆସିନଥିଲେ । ମୁଁ ବଞ୍ଚିଛି କାରଣ ମୁଁ ଜଣେ ସନ୍ୟାସୀ । ଏକ ଷଡଯନ୍ତ୍ର ଅଧୀନରେ ବଦନାମ କରାଯାଇଛି । ଆଜି ଭଗବତ ଜିତିଛି । ଯେଉଁମାନେ ଦୋଷୀ ସେମାନଙ୍କୁ ଭଗବାନ ଦଣ୍ଡ ଦିଅନ୍ତୁ ।

Breaking News