Report Card Odisha

| Daily Odia News

ମୁହଁ ଖୋଲିଲେ ପ୍ରସନ୍ନ ପାଟ୍ଟଶାଣୀ,ନବୀନ ମିଛ କହୁଛନ୍ତି….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦିନ ଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଯାହା କହୁଥିଲେ ଏହା ଉପରେ କେହି ପଦାରେ ମଧ୍ୟ ଆଲୋଚନା କରିବାକୁ ସାହସ ଜୁଟାଇପାରୁ ନ ଥିଲେ। ଯଦି ଦଳର କୌଣସି ବିଷୟରେ କେହି ପଚାରୁଥିଲେ ତେବେ ନ ଜାଣିଲା ଭଳି ପୂର୍ବରୁ ନେତାମାନେ ସ୍ଥାନ ଛାଡ଼ି ଚାଲିଯାଉଥିଲେ। ହେଲେ ବର୍ତ୍ତମାନ ଆଉ ସେ ସମୟ ନାହିଁ। ଦଳୀୟ କର୍ମୀଙ୍କଠାରୁ ଆରମ୍ଭ କରି ଶାସକ ଦଳର ନେତାମାନେ ନବୀନଙ୍କ ବିରୋଧରେ ବୟାନ ଦେଉଛନ୍ତି। ଭାଜପା ନେତା ପ୍ରସନ୍ନ କୁମାର ପାଟ୍ଟଶାଣୀ ବିଜେଡି ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ପାଟ୍ଟଶାଣୀ ଏଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ନବୀନ ଭୀଷଣ ମିଛ କହୁଛନ୍ତି। ପାଣ୍ଡିଆନଙ୍କ କଥାରେ ନବୀନ ମିଛ କହି ଚାଲିଛନ୍ତି। ଦଳରେ କ’ଣ ଅଛି ଯେ, ସେ ଦଳ ଗଢ଼ିବେ। ବିଜେଡିରେ ଏବେ ଷଡ଼ଯନ୍ତ୍ର ଚାଲିଛି। ମୋ’ ବିରୋଧରେ ବି ପାଣ୍ଡିଆନ ଷଡ଼ଯନ୍ତ୍ର କରିଥିବା ପାଟ୍ଟଶାଣୀ ଏତେ ଦିନରେ ତୁଣ୍ଡ ଖୋଲି କହିଛନ୍ତି।

Breaking News