ରିପୋର୍ଟ କାର୍ଡ / ସୁନ୍ଦରଗଡ଼
ନବରଙ୍ଗପୁର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ଜେଲ ଗଲେ | ୫ ଦିନିଆ ରିମାଣ୍ଡ ସରିବା ପରେ ପ୍ରଶାନ୍ତଙ୍କୁ ଆଜି ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ତାଙ୍କୁ ସୁନ୍ଦରଗଡ଼ ଜେଲକୁ ପଠାଇ ଦିଆଯାଇଛି | ଗତ ମାସ ୨୪ ତାରିଖ ସନ୍ଧ୍ୟାରେ କୋଟିପତି ବାବୁ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ରାଉରକେଲା ଭିଜିଲାନ୍ସ ଡିଭିଜନର ସ୍ୱତନ୍ତ୍ର ଟିମ ଗିରଫ କରି ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରିଥିଲେ। କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରି ୧୪ ଦିନ ପାଇଁ ସୁନ୍ଦରଗଡ଼ ଜିଲ୍ଲା କାରାଗାରକୁ ପଠାଇ ଦେଇଥିଲେ। ଜୁଲାଇ ୭ ତାରିଖ ଯାଏଁ ସେ ହାଜତରେ ରହିବେ।






More Stories
ମାଟ୍ରିକ ପରୀକ୍ଷା ପାଇଁ ୩୭ଟି ସ୍ବତନ୍ତ୍ର ସ୍କ୍ବାଡ….
ଆଜି ସୂର୍ଯ୍ୟୋପରାଗ…..
୮ରେ ସୁଭଦ୍ରା କିସ୍ତି…..