ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସକୁ ସୁଦୃଢ଼ ପାଇଁ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଦେଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବ କି ନାହିଁ ସେନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ | ପୂର୍ବରୁ କଂଗ୍ରେସ ନେତାଙ୍କ ସହ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ୩ ଥର ବୈଠକ ହୋଇ ସାରିଛି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳକୁ ମଜଭୁତ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରଦାନ କରିଛନ୍ତି ପ୍ରଶାନ୍ତ। ତେବେ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରାଯିବକି ନାହଁ ଆଜି ଚୂଡ଼ାନ୍ତ ବୈଠକ ରହିଛି। ଆଜି ହିଁ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ପାରେ। ଏଥିପାଇଁ ୭ ଜଣିଆ କମିଟି ଗଠନ କରାଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ନେତା କେସି ଭେନୁ ଗୋପାଲ, ମୁକୁଲ ୱାରନିକ୍, ଅମ୍ବିକା ଶୋନି, ଜୟରାମ ରମେଶ, ଦିଗବିଜୟ ସିଂ ଏବଂ ରଣଦୀପ ସିଂ ସୁର୍ଯୱାଲା ଏହି କମିଟିରେ ଅଛନ୍ତି। ଆଜିର ବୈଠକରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବଂ ବରିଷ୍ଠ ନେତା ଏକେ ଆଣ୍ଟୋନୀ ଯୋଗ ଦେଇ ପାରନ୍ତି।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……