Report Card Odisha

| Daily Odia News

ମଣିପୁର ହିଂସା ପଛରେ ବିଦେଶୀ ଗୋଷ୍ଠୀର ହାତ !…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଦିବାସୀ ଓ ଅଣ ଆଦିବାସୀ ସଂଘର୍ଷ ଯୋଗୁ ଅଣାୟାତ୍ତ ହୋଇ ପଡ଼ିଥିବା ମଣିପୁର ସ୍ଥିତିକୁ ସ୍ୱାଭାବିକ କରିବାରେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ବିଫଳ ହୋଇଛନ୍ତି। କିନ୍ତୁ ଶ୍ରୀ ସିଂହ ପୂରା ହିଂସା ଘଟଣାକୁ ନୂଆ ମୋଡ଼ ଦେବାକୁ ଉଦ୍ୟମ କରିଛନ୍ତି। ସେ ମଣିପୁର ହିଂସାଙ୍କୁ ଯୋଜନାବଦ୍ଧ ଷଡ଼ଯନ୍ତ୍ର କହିଥିବା ବେଳେ ଏହା ପଛରେ କୌଣସି ବିଦେଶୀ ଗୋଷ୍ଠୀର ହାତ ଥିବା ସଙ୍କେତ ଦେଇଛନ୍ତି। ସେ ଗୋଟିଏ ନ୍ୟୁଜ ଏଜେନ୍ସିକୁ ସାକ୍ଷାତକାର ଦେଇ କହିଛନ୍ତି, “ମଣିପୁର ପଡ଼ୋଶୀ ମିଆଁମାରକୁ ଲାଗିଛି। ଚାଇନା ସହ ଏହା ସୀମା ଶେୟାର କରୁଛି। ପ୍ରାୟ ୩୯୮ କିମି ସୀମାନ୍ତ ଅଞ୍ଚଳ ଅନଗାର୍ଡ ହୋଇ ରହିଛି। ଆମ ଫ୍ରଣ୍ଟିୟର୍ସରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। କିନ୍ତୁ ଏତେ ବଡ଼ ଅଞ୍ଚଳକୁ କଭର କରିବା ଆଦୌ ସମ୍ଭବ ନୁହେଁ। ତଥାପି ଯାହା ସବୁ ଘଟୁଛି, ଆମେ ଏହାକୁ ଅସ୍ୱୀକାର କରୁ ନାହୁଁ। ଲାଗୁଛି ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର। ହେଲେ ଏହା ପଛର ପ୍ରକୃତ କାରଣ ସ୍ପଷ୍ଟ ହୋଇନି। କେନ୍ଦ୍ର ଓ ରାଜ୍ୟ ସରକାର ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ସବୁ ପ୍ରକାରର ଉଦ୍ୟମ କରୁଛନ୍ତି।

Breaking News