ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏକ ‘ଫାଇନାନ୍ସ୍’ କମ୍ପାନିର ଋଣ ଆଦାୟକାରୀମାନେ ଜଣେ ଅନ୍ତଃସତ୍ତ୍ବା ମହିଳାଙ୍କ ଉପରେ ଟ୍ରାକ୍ଟର୍ ଚଢ଼ାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଝାଡ଼ଖଣ୍ଡ ହଜାରିବାଗ୍ ରେ |
ପୀଡ଼ିତା ‘ଫାଇନାନ୍ସ୍’ କମ୍ପାନିରୁ ଋଣ ନେଇ ଟ୍ରାକ୍ଟର୍ କିଣିଥିବା କୃଷକଙ୍କ ଝିଅ। କିସ୍ତି ପରିଶୋଧ କରି ନ ଥିବା ଉକ୍ତ କୃଷକଙ୍କ ଅଜ୍ଞାତରେ ‘ଫାଇନାନ୍ସ୍’ କମ୍ପାନିର କର୍ମଚାରୀମାନେ ସେ ଟ୍ରାକ୍ଟର୍ଟି ବ୍ୟାଜାପ୍ତ କରିବାକୁ ତାଙ୍କ ଘରକୁ ଯାଇଥିଲେ। କର୍ମଚାରୀମାନେ ଟ୍ରାକ୍ଟର୍ ନେବା ବେଳେ କୃଷକଙ୍କ ଝିଅ ସହିତ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା। ସେମାନଙ୍କୁ ବାଧା ଦେବାକୁ କୃଷକଙ୍କ ଝିଅ ଟ୍ରାକ୍ଟର୍ ସାମ୍ନାକୁ ଚାଲି ଆସିଥିଲା। କିନ୍ତୁ, ‘ଫାଇନାନ୍ସ୍’ କମ୍ପାନିର କର୍ମଚାରୀମାନେ ଅନ୍ତଃସତ୍ତ୍ବାଥିବା କୃଷକଙ୍କ ଝିଅ ଉପରେ ଟ୍ରାକ୍ଟର୍ ଚଢ଼ାଇ ଦେଇଥିଲେ ବୋଲି ଅଭିଯୋଗ ହେଉଛି। ପୀଡ଼ିତାଙ୍କର ଜଣେ ଆତ୍ମୀୟଙ୍କ କହିବା ଅନୁସାରେ, ଆହତ ଝିଅକୁ ନିକଟରେ ଥିବା ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ।






More Stories
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..
କୋର୍ଟକୁ ବୋମା ଧମକ…..