ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟ୍ରେନ୍ରେ ଯାତ୍ରା ପାଇଁ ଷ୍ଟେସନରେ ଅପେକ୍ଷା କରିଥିବା ଜଣେ ଗର୍ଭବତୀ ମହିଳା ଙ୍କୁ ଗଣଦୁଷ୍କର୍ମ ହୋଇଛି | ସାଙ୍ଗରେ ୩ ପିଲା ସହ ସ୍ୱାମୀ ମଧ୍ୟ ଥିଲେ। ହେଲେ ଏହିସମୟରେ ୩ ଜଣ ଦୁର୍ବୃତ୍ତ ଆସି ସମସ୍ତଙ୍କ ଆଗରୁ ମହିଳାଙ୍କୁ ଟେକି ନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ବପତାଲା ଜିଲ୍ଲାର ରିପାଲେ ରେଲୱେ ଷ୍ଟେସନରେ । ସୂଚନା ଅନୁସାରେ- ସ୍ୱାମୀଙ୍କୁ ନିସ୍ତୁକ ମାଡ଼ ମାରି ଦୁର୍ବୃତ୍ତ ମାନେ ତାଙ୍କ ସ୍ତ୍ରୀକୁ ଟେକି ନେଥିବା ଅଭିଯୋଗ ହୋଇଛି । ସ୍ୱାମୀ ଜଣକ ଯେତେ ଚିଲାଇଥିଲେ ମଧ୍ୟ କୌଣସି ଆରପିଏଫ କର୍ମଚାରି ସାହାଯ୍ୟ କରିବାକୁ ଆସି ନଥିଲେ। ମହିଳା ଜଣଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ନାବଳକ ଅଛି। ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଏହି ପରିବାର ଗୁଣ୍ଠୁରରୁ କ୍ରିଷ୍ଣା ଜିଲ୍ଲାକୁ ଯାତ୍ରା କରୁଥିଲେ। ପରିବାରର ଘର ହେଉଛି ପ୍ରକାଶମ ଜିଲ୍ଲାରେ। କାମ ସନ୍ଧାନରେ ଏହି ପରିବାର ଶନିବାର ରାତିରେ ରିପାଲେ ରେଲୱେ ଷ୍ଟେସନରେ ଅପେକ୍ଷା କରିଥିଲେ। ଗାଡ଼ି ଆସିବାକୁ ସମୟ ଥିବାରୁ ପରିବାର ଲୋକେ ଷ୍ଟେସନରେ ଥିବା ବେଞ୍ଚରେ ଶୋଇପଡ଼ିଥିଲେ। ସେମାନଙ୍କୁ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତ ଆସି ଉଠାଇଥିଲେ। ଏମାନେ ସମସ୍ତେ ମଦ୍ୟପାନ କରି ନିଶାସକ୍ତ ଥିଲେ। ସେମାନେ ପ୍ରଥମେ ମହିଳାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଥିଲେ। ପରେ ସେମାନେ ତାଙ୍କ ସ୍ତ୍ରୀଙ୍କୁ ଜବରଦସ୍ତ ଟେକି ନେଇଥିଲେ। ଆଉ ଷ୍ଟେସନ ବାହାରେ ଗଣ ଦୁଷ୍କର୍ମ କରିଥିଲେ। ସ୍ୱାମୀ ଜଣକ ରେଲୱେ ପୋଲିସ କୁ ଜଣାଇ ସାହାଯ୍ୟ ମାଗିଥିଲେ। କିନ୍ତୁ ତାଙ୍କୁ କେହି ସାହାଯ୍ୟ କରିନଥିଲେ। ପରେ ମହିଳା ଜଣଙ୍କୁ ଏକ ବସରେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ଥିବା ଜଣାପଡିଛି |






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..