Report Card Odisha

| Daily Odia News

ପ୍ରେମ କୁମାର ବିହାର ବିଧାନସଭା ବାଚସ୍ପତି……

ରିପୋର୍ଟ କାର୍ଡ / ପାଟନା

ବିଜେପିର ବରିଷ୍ଠ ନେତା ପ୍ରେମ କୁମାର ବିହାର ବିଧାନସଭାର ନୂଆ ବାଚସ୍ପତି ହେବାକୁ ଯାଉଛନ୍ତି। ନବଗଠିତ ବିହାର ବିଧାନସଭାର ବାଚସ୍ପତି ପଦ ନିର୍ବାଚନ ପାଇଁ ସୋମବାର ପ୍ରେମ କୁମାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତାଙ୍କ ପ୍ରତିଦ୍ବନ୍ଦ୍ବୀ ଭାବେ ଅନ୍ୟ କେହି ପ୍ରାର୍ଥିପତ୍ର ଦାଖଲ କରି ନ ଥିବାରୁ ସେ ନିର୍ଦ୍ବନ୍ଦ୍ବରେ ବାଚସ୍ପତି ଭାବେ ନିର୍ବାଚିତ ହେବେ। ସୋମବାର ବାଚସ୍ପତି ପଦ ନିର୍ବାଚନ ପାଇଁ ବିଧାନସଭା ସଚିବଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ ବେଳେ ପ୍ରେମ କୁମାରଙ୍କ ସହିତ ବିଜେପିର ଦୁଇ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ଉପସ୍ଥିତ ରହିଥିଲେ। ଏହା ସହିତ ଜେଡିୟୁ ନେତା ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଜୟ କୁମାର ଚୌଧୁରୀ ଉପସ୍ଥିତ ରହିଥିଲେ। ବିହାର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ୨୦୨ ଆସନ ପାଇ ସରକାର ଗଠନ କରିଛି। ବିହାର ସରକାରରେ ବିଜେପି ଦୁଇ ଉପମୁଖ୍ୟମନ୍ତ୍ରୀ ପଦ ପାଇଥିବାବେଳେ ଏବେ ବାଚସ୍ପତି ପଦ ହାତେଇବାରେ ସଫଳ ହୋଇଛି। ଏପରିକି ସରକାରରେ ବିଜେପିକୁ ଗୃହ ବିଭାଗ ମଧ୍ୟ ମିଳିଛି।

Breaking News