ରିପୋର୍ଟ କାର୍ଡ / ପାରାଦୀପ
ଆଜିଠୁ ପାରାଦୀପ ଉପକୂଳରେ ନୌସେନା ଅଭ୍ୟାସ କରୁଛି । ଯାହାର ନାଁ ରଖାଯାଇଛି ‘ସି-ଭିଜିଲ୍’। ନୌସେନା ସହ ତଟରକ୍ଷୀ ବାହିନୀ, ସାମୁଦ୍ରିକ ପୋଲିସ, ସୀମାଶୁଳ୍କ ବିଭାଗ, ବନ ବିଭାଗ, ମତ୍ସ୍ୟ ବିଭାଗ, ଓଡିଶା ପୋଲିସ, କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବଳ, ଗୁଇନ୍ଦା ବିଭାଗ ଇତ୍ୟାଦି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ୧୩ରୁ ଅଧିକ ସଂସ୍ଥା ଏହି ଅଭ୍ୟାସରେ ସାମିଲ ହେବେ। ସାମୁଦ୍ରିକ ସୀମାରେ ଅନୁପ୍ରବେଶ ରୋକିବା ଉଦ୍ଦେଶ୍ୟରେ ଏହା ଏକ ପ୍ରସ୍ତୁତି ଅଭ୍ୟାସ । ଓଡିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ଆଦି ୪ଟି ରାଜ୍ୟ ମିଳିତ ଭାବେ ଏହି ସମରାଭ୍ୟାସ କରିବେ। ରେଡ୍ ଓ ବ୍ଲୁ ଟିମ୍ ନାମକ ଦୁଇଟି ଭାଗରେ ବିଭକ୍ତ ହୋଇ ଏହି ସମରାଭ୍ୟାସ କରାଯିବ । ମାଛଧରା ବନ୍ଦର, ମହାନଦୀ ମୁହାଣ, ଏକ୍ସକ୍ଲ୍ୟୁସିଭ ଇକୋନୋମିକ୍ ଜୋନ, ବସ୍ତି, ରାଡାର ଷ୍ଟେସନ, ବତୀଘର, ସିନେମା ହଲ୍, ଟ୍ରେଡ୍ ସେଣ୍ଟର, ବସଷ୍ଟାଣ୍ଡ, ବନ୍ଦର ଫାଟକ, ପ୍ରଶାସନିକ ଭବନ, ଶିଳ୍ପ କାରଖାନା ଫାଟକ ଆଦି ସ୍ଥାନକୁ ରେଡ୍ ଟିମ୍ ଟାର୍ଗେଟ କରିବାର ସମ୍ଭାବନା ରହିଛି। ତେଣୁ ବ୍ଲୁ ଟିମ୍ ଏସବୁ ସ୍ଥାନରେ ଆକ୍ସନକୁ ଓହ୍ଲାଇବ । ଆତଙ୍କି ହାମଲା ସମୟରେ ସୁରକ୍ଷା କର୍ମୀଙ୍କ ସହ ସମନ୍ୱୟ ରକ୍ଷା କରି ବିପଦକୁ ଯେପରି ସହଜରେ ମୁକାବିଲା କରିପାରିବେ ଏବଂ ଜନସାଧାରଣଙ୍କ ଧନଜୀବନ ସୁରକ୍ଷିତ ରଖିପାରିବେ ସେଥିପାଇଁ ଏପରି ପଦକ୍ଷେପ ନିଆଯାଉଛି।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..