ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହେଉଛି। ବିଜେପି ଭୋଟରଙ୍କୁ ଆକର୍ଷିତ କରିବାପାଇଁ ଲଗାତାର ଉଦ୍ୟମ ଜାରି ରଖିଛି। ଜାନୁଆରି ଦ୍ବିତୀୟ ସପ୍ତାହରେ ବିଜେପି ଲକ୍ଷ୍ନୌରେ ଏକ ବିଶାଳ ରୢାଲି ରଖିଛି। ଲକ୍ଷ୍ନୌରେ ମୋଦୀ ଏକ ବିଶାଳ ରୢାଲି କରିବେ ବୋଲି ସୂଚନା ମିଳିଛି । ଏହି ରୢାଲିରେ ୧୦ ଲକ୍ଷ ଲୋକଙ୍କର ସମାଗମ କରିବାପାଇଁ ବିଜେପି ଯୋଜନା କରୁଛି। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ବିଜେପି ଏହି ବିଶାଳ ରୢାଲି ପାଇଁ ଯୋଜନା କରୁଛି। ଆଗାମୀ ଜାନୁଆରି ୯,୧୦ ଏବଂ ୧୧ରେ ମୋଦୀ ଲକ୍ଷ୍ନୌରେ ରୢାଲି କରିପାରନ୍ତି। ଏହା କୁହାଯାଉଛି ଏହି ରୢାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କର ସବୁଠାରୁ ବିଶାଳ ରୢାଲି ହେବ। ଡିସେମ୍ବର ୧୯ରୁ ବିଜେପି ୬ଟି ଅଞ୍ଚଳରେ ଯାତ୍ରା କରିବ। ଲକ୍ଷ୍ନୌରେ ଏହି ଯାତ୍ରା ଶେଷ ହେବ। ଲକ୍ଷ୍ନୌର ଡିଫେନ୍ସ ଏକ୍ସପୋ ଗ୍ରାଉଣ୍ଡ୍ରେ ବିଜେପି ଏହି ରୢାଲି କରିବାପାଇଁ ଯୋଜନା କରୁଛି।






More Stories
୧୫୦ଟି ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ…..
ସିରିଆ ଉପରେ ଆମେରିକାର ଆକ୍ରମଣ:ଆତଙ୍କବାଦୀଙ୍କ ମୃତ୍ୟୁ……
ଏକାଠି ଚା ପିଇଲେ ଶାସକ-ବିରୋଧୀ…..