ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଆଜି ହୋଲି ପର୍ବ ପାଳନ କରାଯାଉଛି । ହୋଲି ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ହୋଲିକୁ ନେଇ ସମସ୍ତ ସହରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଗୁରୁବାର ରାତିରେ ହୋଲିକା ଦହନ ପରେ ଆଜିଠାରୁ ଅନେକ ସହରରେ ଖେଳାଯିବ ହୋଲିର ରଙ୍ଗ । ଏହାରି ମଧ୍ୟରେ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ କହିଛନ୍ତି ଯେ, ‘ରଙ୍ଗର ପର୍ବ ହୋଲି ସଦଭାବନା ଓ ସମନ୍ୱୟର ପର୍ବ । ଏହା ବସନ୍ତ ଋତୁର ଆଗମନ ଖବର ନେଇ ଆସିଥାଏ । ହୋଲି ସମସ୍ତଙ୍କ ଜୀବନରେ ଖୁସି ଆଣିଦେଉ ।’ ଏହା ସହ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯେ, ‘ସ୍ନେହ, ପ୍ରେମ ଓ ଭାଇଚାରାର ପ୍ରତୀକ ହେଉଛି ହୋଲି । ରଙ୍ଗୋତ୍ସବ ଆପଣଙ୍କ ଜୀବନକୁ ରଙ୍ଗମୟ କରୁ ।’
More Stories
ଆତଙ୍କବାଦୀ ମାସୁଦ ଆଝାରକୁ ହୃଦଘାତ….
ଇମିଗ୍ରେସନ ନିୟମରେ ପରିବର୍ତ୍ତନ କଲା କାନାଡା, ଭାରତୀୟଙ୍କ ପାଇଁ ଅଡୁଆ…..
କଂଗ୍ରେସ ପ୍ରାର୍ଥୀ ତାଲିକା ବିଜେପି ପ୍ରସ୍ତୁତ କରୁଛି….