ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର
ଗୁରୁ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ୪୬ଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି । ଆଜି ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ଓଡିଶା ସମେତ ୪୬ ଜଣ ଶିକ୍ଷକ ପୁରସ୍କାର ପାଇଛନ୍ତି । ଓଡ଼ିଶାର ପୁରୀ ଜିଲ୍ଲାର ଶିକ୍ଷକ ଈଶ୍ବର ଚନ୍ଦ୍ର ନାୟକ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣକରିଛନ୍ତି । ନିମାପଡ଼ା କନପୁର ବିଦ୍ୟାଳୟର ସହକାରୀ ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକଙ୍କ ନିଆରା ଢଙ୍ଗରେ ଶିକ୍ଷାଦାନ ପାଇଁ ପୁରସ୍କୃତ ହୋଇଛନ୍ତି । ସେହିପରି ଦେଶର ହିମାଚଳପ୍ରଦେଶ, ହରିୟାଣା, ପଞ୍ଜାବ,ମହାରାଷ୍ଟ୍ର ଏବଂ ତେଲେଙ୍ଗାନା ଭଳି ଅନେକ ରାଜ୍ୟରେ ସର୍ବଶ୍ରେଷ୍ଠ ଶିକ୍ଷକଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି | ସୂଚନାଯୋଗ୍ୟ, ଗୁରୁ ଦିବସ ଅବସରରେ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷକ ଓ ସାକ୍ଷରତା ବିଭାଗ ପ୍ରତିବର୍ଷ ୫ ସେପ୍ଟେମ୍ବରରେ ଏକ ରାଷ୍ଟ୍ରୀୟ ସମାରୋହର ଆୟୋଜନ କରିଥାଏ, ଯେଉଁଥିରେ ଦେଶର ସର୍ବଶ୍ରେଷ୍ଠ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ କରାଯାଇଥାଏ |






More Stories
ବଦଳିଲା ତତ୍କାଳ ଟିକେଟ୍ କାଟିବାର ନିୟମ…..
ଆଜି ଭାରତ ଆସୁଛନ୍ତି ପୁଟିନ୍……
ଆଗୁଆ ଇନ୍ଷ୍ଟଲ ହେବନି ‘ସଞ୍ଚାର ସାଥୀ’…..