Report Card Odisha

| Daily Odia News

ରାଷ୍ଟ୍ରପତି ରେସରେ ଲାଲୁ ପ୍ରସାଦ ଯାଦବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି | କିଏ ହେବ ରାଷ୍ଟ୍ରପତି ସେ ନେଇ ଚର୍ଚା ଜୋରଧରିଥିବା ବେଳେ ବିହାରର ଲାଲୁ ପ୍ରସାଦ ଯାଦବ ନାମାଙ୍କନପତ୍ର ଭରିଛନ୍ତି | ପ୍ରଥମ ଦିନରେ ୧୧ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ନାମାଙ୍କନ ବାତିଲ ହୋଇଛି । ନାମାଙ୍କନପତ୍ର ଦାଖଲ କରିଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ତାମିଲନାଡୁର ସଲେମ ଜିଲ୍ଲା ମେଟ୍ଟୁଗୁଡାର ଡ. କେ ପଦ୍ମରାଜନ୍ । କିନ୍ତୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଥିବା ଲାଲୁ ଆରଜେଡିର ଅଧ୍ୟକ୍ଷ ନୁହଁନ୍ତି । ସେ ହେଉଛନ୍ତି ମରହୌରାର ବାସିନ୍ଦା, ଯେ କି ଥରେ ମର୍ଟନ ଟ୍ରଫି କାରଖାନା ପାଇଁ ପ୍ରସିଦ୍ଧ ଥିଲେ । ତେବେ ଲାଲୁ ପ୍ରସାଦ ଯାଦବ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବା ପ୍ରଥମ ଘଟଣା ନୁହେଁ । ସେ ୨୦୧୭ ରେ ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ସହ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଲାଲୁ ଯାଦବଙ୍କୁ ୪୨ ବର୍ଷ ବୟସ ହୋଇଥିବା ଜଣାପଡିଛି । ଆରଜେଡି ସଭାପତିଙ୍କ ପରି ସେ ମଧ୍ୟ ଏକ ବଡ ପରିବାରର ରକ୍ଷଣାବେକ୍ଷଣା କରନ୍ତି । ସେ କହିଥିଲେ ଯେ, ମୁଁ ଜୀବିକା ନିର୍ବାହ ପାଇଁ କୃଷି କରେ ଏବଂ ସାମାଜିକ କାର୍ଯ୍ୟ ମଧ୍ୟ କରେ । ମୋର ସାତୋଟି ସନ୍ତାନ ଅଛି । ମୋର ବଡ ପୁଅର ବାହାଘର ମଧ୍ୟ ହୋଇସାରିଛି । ପଞ୍ଚାୟତରୁ ନେଇ ରାଷ୍ଟ୍ରପତି ପଦ ପର୍ଯ୍ୟନ୍ତ ସେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ବୋଲି କହିଛନ୍ତି ।

 

Breaking News